ଧର୍ମଗଡ଼ ତା ୧୪/୯:(ହେମନ୍ତ କୁମାର ମାଝୀ)ତାଳୁକୁ ଆଇନ ସେବା ସମିତି, ଧର୍ମଗଡ ଅନୁକୂଲ୍ୟ ରେ ସ୍ଥାନୀୟ ଧର୍ମଗଡ ସିଭିଲ କୋର୍ଟ ପରିସର ରେ ଅତିରିକ୍ତ ଜିଲ୍ଲା ଦୌରା ଜଜ ତଥା ତାଳୁକୁ ଆଇନ ସେବା ସମିତି ର ଅଧକ୍ଷ୍ୟ ସୁରେଶ ଚନ୍ଦ୍ର ପ୍ରଧାନଙ୍କ ତତ୍ୱାବଧାନ ରେ ଚଳିତ ବର୍ଷ ର ତୃତୀୟ ରାଷ୍ଟ୍ରିୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଅଛି। ଏହି ଲୋକ ଅଦାଲତ ରେ ୧୦ ଟି ମଟରସାଇକେଲ ଜନିତ ଦୁର୍ଘଟଣା, ୭ ଟି ଦେୱାନୀ ମକଦ୍ଦମା ଏବଂ ୪୧  ଟି ଫୌଜଦାରୀ ମକଦ୍ଧମା ର ଫଇସଲା କରାଯାଇ ସମୁଦାୟ୧  କୋଟି୫  ଲକ୍ଷ ଟଙ୍କା ହିତାଧିକାରୀ ମାନଙ୍କୁ ପ୍ରଦାନ କରାଯାଇଥିଲା.

ଏହି ଲୋକ ଅଦାଲତ ରେ ରାଷ୍ଟ୍ରୀୟ ବ୍ୟାଙ୍କ କର୍ମଚାରୀ ମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ ଓ ୪  ଜଣ ବ୍ୟାଙ୍କ ଋଣ ଖିଲାପି ଙ୍କ ବନ୍ଦୋବସ୍ତ ଦ୍ୱାରା ସମାଧାନ କରାଯାଇ ୩୫  ହଜାର ଟଙ୍କା ଆଦାୟ କରାଯାଇଥିଲା ଏବଂ ରାଜସ୍ୱ ବିଭାଗ ରେ ସମୁଦାୟ ୧୮୫୦  ଟି କେଶ ର ସମାଧାନ କରାଯାଇ ୩୬୦୦ /- ଟଙ୍କାର ଖଜଣା ଆଦାୟ କରାଯାଇଥିଲା। ଉକ୍ତ ଲୋକ ଅଦାଲତ ରେ ବରିଷ୍ଠ ଦେୱାନୀ ମାଜିଷ୍ଟ୍ରେଟ ଇପ୍ସି ମହାନ୍ତି ,ଉପଖଣ୍ଡ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ, ପ୍ରଜ୍ଞା ପରିମିତା ସ୍ୱାଇଁ , ପ୍ରଥମ ଶ୍ରେଣୀ ବିଭାଗୀୟ ବିଚାରପତି ଶ୍ରୀଚନ୍ଦନ ସେଠି, ବରିଷ୍ଠ ଆଇନଜୀବି ଶ୍ରୀ ମିହିର ରଞ୍ଜନ ପଟ୍ଟଯୋଶୀ, ଶ୍ରୀ ସମୀର କୁମାର ମୁଣ୍ଡ ପ୍ରମୁଖ ଉପସ୍ଥିଥ ଥିଲେ. ଉକ୍ତ ଲୋକ ଅଦାଲତ ରେ ଧର୍ମଗଡ ସିଭିଲ କୋର୍ଟ ର କର୍ମଚାରୀ ବୃନ୍ଦ ଓ ଧର୍ମଗଡ ଆଇନଜୀବୀ ସଙ୍ଘ ର ଆଇନଜୀବୀ ମାନେ ସବିଶେଷ ସାହାଯ୍ୟ କରିଥିଲେ।