ବୌଦ୍ଧ -( ଚିତ୍ତରଞ୍ଜନ ସିଂହ ) ବାଉଁସୁଣୀ ପୋଲିସ ପକ୍ଷରୁ ୨୩  କେଜି ଗଂଜେଇ ଜବତ ହୋଇଥବା ବେଳେ ବାଇକ ସହ ଦୁଇ ଅଭିଯୁକ୍ତ ଗିରଫ ହୋଇଛନ୍ତି l ବୌଦ୍ଧ ବ୍ଲକ ବାଉଁସୁଣୀ ଥାନା ପୋଲିସ କୌଣସି ସୂତ୍ରରୁ ଖବର ପାଇ ସାହୁପଡା ଗ୍ରାମ ନିକଟରୁ ଦୁଇ ଜଣ ଡେଲିଭରି ବୟ ଗଞ୍ଜାଇ ଚାଲାଣ କରୁଥିବା ପୋଲିସ ମାଡି ବସିଥିଲା l

ତାଙ୍କ ଠାରୁ୨୩ କେଜି ଗଂଜେଇ ଜବତ କରିଵା ସହିତ ଗୋଟିଏ ବାଇକ ଓ ଦୁଇ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି l ଅଭିଯୁକ୍ତ ଦୁଇଜଣ କିଆକଟା ଥାନା ସୁବର୍ଣ୍ଣପୁର ଗ୍ରାମର ପ୍ରକାଶ ପ୍ରଧାନ ଓ ସାହୁପଡ଼ା ଗ୍ରାମର ସଂଗ୍ରାମ ମହଲା ବୋଲି ସୂଚନା ମିଳିଛି l ଉଭୟ ଙ୍କୁ ଆଜି କୋଟ ଚାଲାଣ କରାଯାଇଛି l ଏନେଇ ବାଉଁସୁଣୀ ଥାନା ଅଧିକାରୀ ଅଞ୍ଜଳି ବିଶ୍ୱାଳ ସୂଚନା ଦେଇଛନ୍ତି l