ହରଭଙ୍ଗା:୧୪/୦୯ (ଚିତା ରଂଜନ ସିଂ) ଗତ କାଲି ସୁଭଦ୍ରା ରଥ ଗାଁ କୁ ନ ପହଂଚିବା ନେଇ ଏକ ଭିନ୍ନ ମୋଡ଼ ଦେଖାଯାଇଥିଲା ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକରେ l ଘଟଣାକୁ ନେଇ ବିଭିନ୍ନ ଗଣ ମାଧ୍ୟମରେ ପ୍ରକାଶ ପାଇଥିଲା l ଉକ୍ତ ଘଟଣାର ତଦନ୍ତ କରି ଆଜି ବିଡ଼ିଓ ଶରତ ଚନ୍ଦ୍ର ସେଠି ଏହି ସୁଭଦ୍ରା ରଥ ଗାଁ ରେ ପହଞ୍ଚାଇ ସାଧାରଣ ଙ୍କ ସମସ୍ୟା ଓ ସନ୍ଦେହ ସମାଧାନ କରିଛନ୍ତି l

ସୂଚନା ଅନୁସାରେ ହରଭଙ୍ଗା ବ୍ଲକ ର ଛତ୍ରଙ୍ଗ ପଞ୍ଚାୟତର ସମସ୍ତ ଗ୍ରାମକୁ ଗତକାଲି ରଥ ଭ୍ରମଣ କରିବା ଧର୍ଯ୍ୟ ହୋଇଥିବା ବେଳେ ଅନ୍ୟ ସମସ୍ତ ଗ୍ରାମକୁଯାଇଗୁଣ୍ଡୁରୀସାହି,ଧୁଙ୍ଗିଆମୁଣ୍ଡା,କଣ୍ଠିପଦର ଓ ନେଡିସାହି ଚାରୋଟି ଗ୍ରାମକୁ ରଥ ନଯାଇ ଫେରିଯାଇଥିଲା l

ତେଣୁ ଏହି ଚାରିଖଣ୍ଡ ଗାଁ ର ଦୁଇଶହରୁ ଅଧିକ ମହିଳା ମାନେ ଅପରାହ୍ନ ୧ ରୁ ୪ଟା  ପର୍ଯ୍ୟନ୍ତ ସମସ୍ତ ପ୍ରସ୍ତୁତି ସହ ଅପେକ୍ଷା କରିଥିଲେ lଯାହା ଫଳରେ ତୀବ୍ର ଅସନ୍ତୋଷ ହୋଇ ମହିଳା ମାନେ ଉତକ୍ଷିପ୍ତ ହୋଇ ସୁଭଦ୍ରା ଫର୍ମ ଚିରି ଫୋପାଡିବା ସହ ତଳେ ପକାଇ ନଡ଼ିଆ ଭାଙ୍ଗି ପାଣି ଢ଼ାଳି ପୂଜାର୍ଚନା କରିଥିଲେ l ଏହି ଘଟଣା ଟି ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଆଜି ନିଜେ ବିଡ଼ିଓ ସୁଭଦ୍ରା ରଥ କୁ ଉକ୍ତ ୪ ଖଣ୍ଡ ମୌଜା ରେ ପହଞ୍ଚାଇ ମା ମାନଙ୍କୁ ସାକ୍ଷାତ କରି ସମସ୍ୟା ର ସମାଧାନ କରିଛନ୍ତି l ଆଜି ଗାଁ ରେ ସୁଭଦ୍ରା ରଥ ପହଂଚିବାରୁ ଏହି ୪ ଖଣ୍ଡ ଗାଁ ବସି ବ୍ଲକ ପ୍ରଶାସନ କୁ ଧନ୍ୟବାଦ ଅର୍ପଣ କରୁଛନ୍ତି l