ହରଭଙ୍ଗା ( ଚିତ୍ତରଞ୍ଜନ ସିଂହ ) ବର୍ତମାନ ରାଜ୍ୟସରକାର ମହିଳା ମାନଙ୍କ ଶାସକ୍ତିକରଣ ପାଇଁ ଏକ ଯୁଗାନ୍ତକାରୀ ପଦକ୍ଷେପ ହାତକୁ ନେଇଛନ୍ତି। ଯେଉଁ ଯୋଜନା ର ନାଁ ହେଉଛି “ସୁଭଦ୍ରା ଯୋଜନା “।ଏହି ଯୋଜନା ରେ ରାଜ୍ୟର ସମସ୍ତ 21 ବର୍ଷ ରୁ 60 ବର୍ଷ ର ମହିଳା ମାନେ ସାମିଲ ହୋଇପାରିବେ।ରାଜ୍ୟ ସରକାର ଙ୍କ ନିଷ୍ପତି ଅନୁଯାଇ ବର୍ଷ କୁ ଦୁଇଟି କିସ୍ତି ରେ ପାଞ୍ଚ ହଜାର ଲେଖାଏଁ ମୋଟ ଦଶ ହଜାର ଟଙ୍କା ସୁଭଦ୍ରା ଯୋଜନା ରେ ମହିଳା ଙ୍କ ଆକାଉଣ୍ଟ କୁ ଦିଆଯିବ।ଏବଂ ଏହା ପାଞ୍ଚବର୍ଷ ପଚାଶ ହଜାର ମିଳିବ।ସେ ପୁଣି ବିନା ଶୁଦ୍ଧରେ। ହିତାଧିକାରୀ ଙ୍କୁ ଆଉ ଏ ଟଙ୍କା ଫେରସ୍ତ କରିବାକୁ ପଡ଼ିବ ନାହିଁ।କିନ୍ତୁ ଏହି ଯୋଜନା ରେ ସାମିଲ ହେବା ପାଇଁ କିଛି ନିୟମାବଳୀ ଅଛି।

ଯେଉଁ ଟା କି ଗାଁ ଗହଳି ର ମହିଳା ମାନେ ଜାଣିପାରୁନାହାନ୍ତି। ସେଥିପାଇଁ ରାଜ୍ୟସରକାର ଙ୍କ ନିର୍ଦ୍ଧେଶ କ୍ରମେ ପ୍ରତ୍ୟକ ଜିଲ୍ଲା, ବ୍ଲକ ଓ ପଞ୍ଚାୟତ ମାନଙ୍କରେ ମହିଳା ମାନଙ୍କୁ ସଚେତନତା କରାଯାଉଛି। ଏବଂ ଏଥିପାଇଁ ପଞ୍ଚାୟତ ସ୍ତରରେ ଏକ ସୁଭଦ୍ରା ରଥ ମଧ୍ୟ ପରିକ୍ରମା କରାଯାଉଛି। ସେହି ପରିପେକ୍ଷୀ ରେ ରବିବାର ଦିନ ଆଡ଼େନିଗଡ଼ ପଞ୍ଚାୟତ ରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଉକ୍ତ କାର୍ଯ୍ୟକ୍ରମ ରେ ପଞ୍ଚାୟତ ଅଧିକାରୀ ଦିଲ୍ଲୀପ ମଲିକ, ଗ୍ରାମ ରୋଜକାର ସେବକ ଅକ୍ଷୟ ମହାପାତ୍ର ଙ୍କ ସମେତ ସମସ୍ତ ଅଙ୍ଗନବାଡି କର୍ମୀ, ଆଶା କର୍ମୀ,ଏମ୍ବିକେ, ସିଆରପି,ପ୍ରତ୍ୟକ ମହିଳା SHG ଗ୍ରୁପ ର ମହିଳା ମାନେ ଏକତ୍ରିତ ହୋଇ ବ୍ୟାନର ଧରି ଗ୍ରାମପଞ୍ଚଯାତ ରୁ ବାହାରି ପ୍ରତ୍ୟକ ସାହି କୁ ସାହି ପରିକ୍ରମା କରିଥିଲେ। ଏବଂ ମହିଳା ମାନଙ୍କୁ ସଚେତନତା କରିବା ସହ ସୁଭଦ୍ରା ଯୋଜନା ବିଷୟରେ ଅବଗତ କରେଇଥିଲେ। ପ୍ରକାଶ ଥାଉ କି ଆସନ୍ତା 17 ତାରିଖ ରେ ଭାରତ ର ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଜନ୍ମଦିନ ଥିବାରୁ ସେହି ଅବସରରେ ଓଡ଼ିଶା ଗସ୍ତରେ ଆସି ସୁଭଦ୍ରା ଯୋଜନା କୁ ଲୋକାର୍ପଣ କରିବା ସହିତ ପ୍ରଥମ କିସ୍ତି ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି।