ହରଭଙ୍ଗା ୧୬/୦୯ (ଚିତ୍ତ ରଞ୍ଜନ ସିଂ )ବୌଦ୍ଧ ଜିଲ୍ଲା ହରଭଙ୍ଗା ତହସିଲ ର ପତ୍ର ନମ୍ବର -3256/31.8.24 ଅନୁସାରେ ହରଭଙ୍ଗା ତହସିଲ ଅଧୀନରେ କାର୍ଯ୍ୟ କରୁଥିବା ସମସ୍ତ ରାଜସ୍ବ ନିରୀକ୍ଷକ ଙ୍କ ଅଦଳ ବଦଳ ଆଦେଶ ବାହାରିଥିଲା। ସେହି କ୍ରମ ରେ ଆଡ଼େନିଗଡ଼ ରାଜସ୍ବନିରୀକ୍ଷକ ଭାବେ କାମଦେବ ରାଉତରାୟ ଙ୍କୁ ଦାଇତ୍ୱ ମିଳିଥିଲା।ପୂର୍ବରୁ ସେ ସରସରା ରାଜସ୍ବନିରୀକ୍ଷକ ଭାବେ କାର୍ଯ୍ୟ କରୁଥିଲେ। ଗତ 2 ତାରିଖ ରେ ଅଡ଼େନିଗଡ଼ ରାଜସ୍ବନିରୀକ୍ଷକ ଭାବେ କାର୍ଯ୍ୟରେ ଯୋଗଦାନ କରିଥିଲେ ଓ ସୋମବାର ଦିନ ସମ୍ପୂର୍ଣ ଦାଇତ୍ୱ ନେଇ କାର୍ଯ୍ୟ ରେ ଯୋଗଦାନ ଦେଇଥିଲେ।

ପୂର୍ବତନ ରାଜସ୍ବନିରୀକ୍ଷକ ଯଜ୍ଞଶ୍ୱର ମଲିକ ଙ୍କ ଠାରୁ ସମ୍ପୂର୍ଣ ଦାଇତ୍ୱ ହସ୍ତଗତ କରିସାରିଲା ପରେ ପ୍ରଥମ ଥର ପାଇଁ କାର୍ଯ୍ୟାଳୟ ଆସି ସବୁ ପ୍ରକାର କାର୍ଯ୍ୟ, ଓ କାର୍ଯ୍ୟାଳୟ ର ତଦାରଖ କରିଥିଲେ।ପରେ ପରେ ନିଜ କର୍ମ କ୍ଷେତ୍ର କୁ ବାହାରି ପଡ଼ିଥିଲେ। ଖରିଫ ଋତୁରେ ଆଡ଼େନିଗଡ଼ ଧାନ ମଣ୍ଡି ରେ ଧାନବିକ୍ରି ପାଇଁ ପଞ୍ଜିକରଣ ସମସ୍ତ ଚାଷୀ ଙ୍କ ସହ ଆଲୋଚନା କରିବା ସହ କ୍ଷେତ୍ର ମଧ୍ୟ ପରିଦର୍ଶନ କରିଥିଲେ।

ରାଜସ୍ବନିରୀକ୍ଷକ କାମଦେବ ରାଉତରାୟ ଙ୍କ ଏହି ପ୍ରଥମ ଦିନର କାର୍ଯ୍ୟ ରେ ଆଡ଼େନିଗଡ଼ ସମବାୟ ସମିତି ର ସମ୍ପାଦକ ବିଭୁତି ସାହୁ, ଭି ଏ ଡବ୍ଲୁ ମନ୍ମଥ କହଁର ସହଯୋଗ କରିଥିଲେ। ଆଗାମୀ ଦିନରେ ନିଜର କାର୍ଯ୍ୟ ସୁଚାରରୂପେ ସମ୍ପାଦନ କରିବା ସହ ଜନସାଧାରଣ ଙ୍କ ସହ ସୁସମ୍ପର୍କ ସ୍ଥାପନ କରି ପ୍ରତ୍ୟକ କାର୍ଯ୍ୟ ରେ ସେମାନଙ୍କୁ ସହଯୋଗ କରିବା ପାଇଁ ରାଜସ୍ବନିରୀକ୍ଷକ କାମଦେବ ରାଉତରାୟ ସୂଚନା ଦେଇଛନ୍ତି।