ହରଭଙ୍ଗା ୧୬/୦୯ (ଚିତ୍ତରଞ୍ଜନ ସିଂହ) ଦେବ ଶିଳ୍ପୀ ବିଶ୍ୱ ବିନ୍ଧାଣି ବିଶ୍ୱକର୍ମା ଙ୍କ ଆଜି ପବିତ୍ର ବିଶ୍ୱକର୍ମା ପୂଜା l ଚଳ ଚଞ୍ଚଳ ଗାଁ ଠୁ ସହର l ବିଶ୍ୱକର୍ମା ଙ୍କୁ ବିଶ୍ୱର ପ୍ରଥମ ଯନ୍ତ୍ରୀ କୁହାଯାଉଥିବା ବେଳେ ବ୍ରହ୍ମା ଙ୍କ ନିର୍ଦେଶ ରେ ସ୍ୱର୍ଗ ମର୍ତ୍ୟ ଓ ପାତାଳର ବହୁ ଦେବ ଓ ଅସୁର ଙ୍କ ସୁନ୍ଦର ଭବନ ନିର୍ମାଣ କରିଥିବା ପୂରଣ ରେ ବର୍ଣ୍ଣିତ l

ଆଜି ସେହି ବିଶ୍ୱ ଯନ୍ତ୍ରୀ ଙ୍କ ପୂଜା ବୌଦ୍ଧ ଜିଲ୍ଲା ସମେତ ହରଭଙ୍ଗା ବ୍ଲକ ର ସରକାରୀ, ବେସରକାରୀ ଅନୁଷ୍ଠାନ, ଡ୍ରାଇଭର ମହାସଂଘ, ରାଜମିସ୍ତ୍ରୀ ସଂଘ,ଶିଳ୍ପ ତାଲିମ କେନ୍ଦ୍ର, ବିଦ୍ୟୁତ ବିଭାଗ ଗୁଟିକରେ ରୀତିନୀତି ଅନୁଯାଇ ପୂଜାର୍ଚନା କରାଯାଇଛି l

ସେହିପରି ହରଭଙ୍ଗା ବ୍ଲକ ସଦରମହକୁମା ଠାରେ ମଧ୍ୟ ଜଳ ଓ ପରିମଳ, ବିଦ୍ୟୁତ ବିଭାଗ ପକ୍ଷରୁ ମହା ଆଡମ୍ବର ରେ ବିଶ୍ୱକର୍ମା ପୂଜା ପାଳିତ ହୋଇଯାଇଛି।ଏହି ଅବସରରେ ସନ୍ଧ୍ୟା ରେ ବିଭିନ୍ନ ପୂଜା ମଣ୍ଡପ ରେ ନାମ, ସଂକୀର୍ତନ, ଓ ସଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ଦର୍ଶକ ଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା