ଧର୍ମଗଡ଼ ତା ୧୭/୯/୨୪ଆଜି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନରେ ରାଜ୍ୟ ସରକାର ଦେଇଥିବା ପ୍ରତିଶୃତିକୁ ପୁରଣ କରି ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଛନ୍ତି । ନିଜେ ପ୍ରଧାନମନ୍ତ୍ରୀ ଓଡିଶାକୁ ଆସି ଏହି ଯୋଜନାକୁ ଉଦଘାଟନ କରିଛନ୍ତି । ଏହି ଯୋଜନାରେ ଧର୍ମଗଡ ବ୍ଲକ ର ହଜାର ହଜାର ମହିଳା ଉପକୃତ ହେବେ । ଏନେଇ ଧର୍ମଗଡ ଉତ୍ସବ ପଡିଆ ଠାରେ ଏକ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମଟି ବ୍ଲକ ଅଧ୍ୟକ୍ଷା ବବିତା ପଟ୍ଟଯୋଶୀଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଥିଲା ।

ଏଥିରେଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ, ଧର୍ମଗଡ ବିଡ଼ିଓ ଶରତ ପାତ୍ର, ଏନଏସି ଇଓ ଚନ୍ଦ୍ରକାନ୍ତ ବେହେରା, ଏନଏସି ଅଧ୍ୟକ୍ଷ ଅଶୋକ ମହାନ୍ତି, ଉପାଧ୍ୟକ୍ଷା ମନୀଷା ମିଶ୍ର, ସରପଞ୍ଚ ସଙ୍ଘ ସଭାପତି ହାତୀରାମ ଦୁର୍ଗା, ପ୍ରମୁଖ ପ୍ରମୁଖ ଉପସ୍ଥିତ ଥାଇ ମଞ୍ଚାସିନ ହୋଇ ଥିଲେ । ଏହି କାର୍ଯ୍ୟକ୍ରମରେ ହଜାର ହଜାର ମହିଳା ଯୋଗ ଦେଇଥିଲେ। ସୁଭଦ୍ରା ଯୋଜନା ପାଇଁ ଆଜି ସ୍ୱୟଂ ସହାୟିକା ଗୋଷ୍ଠୀ ଓ ମହିଳା ମାନଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି। ଆଜିକାର କାର୍ଯ୍ୟକ୍ରମ ରେ ସମସ୍ତ ବିଜେପି କର୍ମୀ ଉପସ୍ଥିତ ରହି ପୂର୍ଣ୍ଣ ସହଯୋଗ କରିଥିଲେ । ଧର୍ମଗଡ଼ ରୁ ହେମନ୍ତ କୁମାର ମାଝୀ