ବୌଦ୍ଧ ;  ( ଚିତ୍ତରଞ୍ଜନ ସିଂହ )ବୌଦ୍ଧ ଜିଲ୍ଲା ସଦର ବ୍ଲକ ତାଳସରଡ଼ା ପଂଚାୟତ ଐତିହାସିକ ସିଦ୍ଧଗୁରୁ ମଠ ଡ଼ମ୍ବରୁଗଡ଼ ଠାରେ ପବିତ୍ର କାର୍ତ୍ତିକ ମାସ ପଞ୍ଚକ ପାଞ୍ଚ ଦିନ ନଭେମ୍ବର 10 ଠାରୁ 15 ତାରିଖ ପର୍ଯ୍ୟନ୍ତ ବିଶ୍ୱ ଶାନ୍ତି ବିଷ୍ଣୁ ମହା ଯଜ୍ଞ ମହାସମାରୋହରେ ପାଳିତ ହେବ l ମଠର ମହନ୍ତ ସର୍ବେଶ୍ୱର ଦାସ ମହାରାଜଙ୍କ ନିର୍ଦ୍ଧେଶକ୍ରମେ ଯଜ୍ଞ କମିଟି ସଭାପତି ପ୍ରବକ୍ତା ଗୌରୀ ପ୍ରସାଦ ସାହୁ ସଭାପତିତ୍ୱ କରିଥିଲେ l

 

ଯଜ୍ଞ ଆବାହକ ତଥା ରାଧା ମାଧବ ସେବାଶ୍ରମର ମୁଖ୍ୟ ବ୍ରହ୍ମଚାରୀ ଆଦିତ୍ୟ ଦାସ ଯଜ୍ଞ ଆଭିମୁଖ୍ୟ ଉପରେ ଉପସ୍ଥାପନା କରିଥିଲେ l ବିଶ୍ୱ ଶାନ୍ତି ବିଷ୍ଣୁ ମହାଯଜ୍ଞରେ ବିଭିନ୍ନ କାର୍ଯକ୍ରମ ଯଥା ନାମଯଜ୍ଞ, ଅନ୍ନ ଯଜ୍ଞ,ଘୃତ ଯଜ୍ଞ, ଜ୍ଞାନ ଯଜ୍ଞ, ଜପ ଯଜ୍ଞ, ସାଧୁ ସନ୍ଥ ଓ ଭକ୍ତ ସମ୍ବିଳନୀ, ବିଭିନ୍ନ ଆଲୋଚନା ଚକ୍ର ଓ ମିନାବଜାର ଇତ୍ୟାଦି ହେବାକୁ ସ୍ଥିର କରାଯାଇଥିଲା l

ବିଭିନ୍ନ ଆଲୋଚନାରେ ସାଧୁ ଅଯୋଧ୍ୟା ଦାସ, ସାଧୁ ଦିବ୍ୟ ପ୍ରଜ୍ଞାନନ୍ଦ ଦାସ,ମଠ ପରିଚାଳନା କମିଟି ସଭାପତି ପୟୋଧର ମହାକୁଡ଼, ଉପ ସଭାପତି ରମେଶ ପ୍ରସାଦ ସାହୁ,ଯଜ୍ଞ କମିଟି ସମ୍ପାଦକ କୃତ୍ତିବାସ ପଲିଆ,ସହ ସମ୍ପାଦକ ଆକାଶ ଜେନା,କାର୍ଯ୍ୟକାରୀ ସଦସ୍ୟ ପ୍ରଦୀପ କୁମାର ବେହେରା,ମୟସେନ ରଣା ,ଶିବ କର୍ମୀ, ଶ୍ରୀକ୍ଷେତ୍ର ମହାକୁଡ଼, ମନୋଜ ମହାକୁଡ଼, ଯାଦବ ମହାକୁଡ଼, ବାଞ୍ଚାନିଧି ହୋତା, କୃଷ୍ଣ ମୋହନ ସାହୁ,ତାଳସରଡ଼ା ସମିତି ସଭ୍ୟ ରାଜ କୁମାର ସେଠି ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l