ବୌଦ୍ଧ – ( ଚିତ୍ତରଞ୍ଜନ ସିଂହ )ବୌଦ୍ଧ ଜିଲ୍ଲାର ଦମାମୁଣ୍ଡା ଉଚ୍ଚ ବିଦ୍ୟାଳୟ ଖେଳ ପଡିଆଠାରେ ବୌଦ୍ଧ ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି । ତା -୨୧/୨୨ ଦୁଇଦିନ ଧରି ଅନୁଷ୍ଠିତ ବିଭିନ୍ନ କ୍ରୀଡା ପ୍ରତିଯୋଗିତା ମଧ୍ୟରେ ଏହି ତୀରନ୍ଦାଜ କ୍ରୀଡା ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ବିଦ୍ୟାଳୟ ଗୁଡିକରୁ ଆସିଥିବା ପ୍ରତିଯୋଗୀ ମାନଙ୍କ ମଧ୍ୟରେ ହୋଇଥିବା ତୀରନ୍ଦାଜ କ୍ରୀଡା ପ୍ରତିଯୋଗିତାରେ ବୌଦ୍ଧ ଜିଲ୍ଲା ତୀରନ୍ଦାଜ ସଙ୍ଘ ଅଧୀନରେ ପ୍ରତିଦିନ ପ୍ରଶିକ୍ଷଣ ନେଉଥିବା ତୀରନ୍ଦାଜୀ ୧୪ ବର୍ଷରୁ କମ ବାଳକ ବିଭାଗର ଇଣ୍ଡିଆନ ରାଉଣ୍ଡରେ ଅମ୍ଳାନ କଅଁର, ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରବୌଦ୍ଧ, ପ୍ରଥମ ଓ ବିଘ୍ନେଶ ଶତପଥୀ, ଓଡିଶା ଆଦର୍ଶ ବିଦ୍ୟାଳୟ,ମଣିପୁର ଦ୍ଵିତୀୟ ସ୍ଥାନ ଅଧିକାର କରିଥିବା ବେଳେ ୧୪ ବର୍ଷରୁ କମ ବାଳିକା ବିଭାଗର ଇଣ୍ଡିଆନ ରାଉଣ୍ଡରେ ପ୍ରିୟଙ୍କା ପ୍ରିୟଦର୍ଶିନୀ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ।

୧୪ ବର୍ଷରୁ କମ ବାଳିକା ବିଭାଗର କମ୍ପାଉଣ୍ଡ ରାଉଣ୍ଡରେ ପ୍ରାଚୀପ୍ରଭା ମେହେର,ଓଡିଶା ଆଦର୍ଶ ବିଦ୍ୟାଳୟ,ତେତେଲେଙ୍ଗା ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ଏବଂ ୧୭ ବର୍ଷରୁ କମ ବାଳକ ବିଭାଗର କମ୍ପାଉଣ୍ଡ ରାଉଣ୍ଡରେ ସୁବ୍ରତ ନାୟକ ,ଓଡିଶା ଆଦର୍ଶ ବିଦ୍ୟାଳୟ,ତେତେଲେଙ୍ଗା ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଏହି ସମସ୍ତ ତୀରନ୍ଦାଜୀ ବୌଦ୍ଧ ଜିଲ୍ଲା ତୀରନ୍ଦାଜ ସଙ୍ଘ ଅଧୀନରେ ପ୍ରଶିକ୍ଷଣ ନେଉଥିବା ଜଣାଯାଇଛି । ଏହି ସଫଳତା ନିମନ୍ତେ ସଙ୍ଘରସଭାପତି ଶ୍ରୀ ବସନ୍ତ କୁମାର ସାହୁ ଓ ସମ୍ପାଦକ ଶ୍ରୀ ଅର୍ଜୁନ କଅଁର ତୀରନ୍ଦାଜ କୋଚ ଶ୍ରୀ ମାନସ ମୁଣ୍ଡାଙ୍କୁ ଧନ୍ୟବାଦ ଜଣାଇବା ସହ ସମସ୍ତ ସଫଳ ପ୍ରତିଯୋଗୀ ଆଗାମୀ ଦିନରେ ହେବାକୁ ଥିବା ରାଜ୍ୟସ୍ତରୀୟ କ୍ରୀଡା ପ୍ରତିଯୋଗିତାରେ ମଧ୍ୟ ଏହି ସଫଳତା ପାଇବାର ଆଶା ପୋଷଣ କରିବାସହ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଗେନ୍ଦ୍ରା କୁଜୁର ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି ସମସ୍ତଙ୍କୁ ଉତ୍ସାହିତ କରିବା ସହ ପୁରସ୍କାର ବିତରଣ କରିଥିଲେ ।