ହରଭଙ୍ଗା ୨୪/୯ (ଚିତ୍ତ ରଞ୍ଜନ ସିଂ )ବୌଦ୍ଧ ଜିଲ୍ଲା ପୁରୁଣାକଟକ ସ୍ଥିତ ଜିଲ୍ଲା ର ଅଧିଷ୍ଠାତ୍ରୀ ଦେବୀ ମା ଭୈରବୀ ଙ୍କ ପୀଠରେ ମଙ୍ଗଳବାର ଦିନ ଷୋହଳ ପୂଜା ବା ଖଣ୍ଡାବସା ପର୍ବ ଆରମ୍ଭ ହୋଇଛି।ଅପରାହ୍ନ ଚାରିଟା ସମୟରେ ମା ଙ୍କ ପାଟଖଣ୍ଡା, ବିଜୟ ପ୍ରତିମା ଘଣ୍ଟ ଛତ୍ର ଧରି ବିରାଟ ପଟୁଆର ଶହ ସେବକ ପୂଜାରୀ ଓ ଭକ୍ତକୁ ନେଇ ସହର ପରିକ୍ରମା କରିବା ପରେ ମା ଙ୍କ ମନ୍ଦିର ରେ ପହଞ୍ଚି ଥିଲେ। ଶକ୍ତିପୀଠ ରେ ଷୋହଳ ଦିନ ପର୍ଯ୍ୟନ୍ତ ଦେବୀ ଙ୍କୁ ଗୁପ୍ତ ଭାବେ ପୂଜା କରାଯାଇଥାଏ। ଯାହାକି ଅନ୍ୟ କୌଣସି ପୀଠ ରେ ଦେଖାଯାଇ ନ ଥାଏ। ରାତ୍ର ର ପ୍ରଥମ ପ୍ରହର ରୁ ମଧ୍ୟରାତ୍ର ପର୍ଯ୍ୟନ୍ତ ମା ଙ୍କ ପାରମ୍ପରିକ ରୀତିନୀତି ଅନୁସାରେ ପୂଜା ହୋଇଥାଏ। ୧୬ ଦିନ ପର୍ଯ୍ୟନ୍ତ ମନ୍ଦିର ପରିସରରେ ଭକ୍ତ ଙ୍କ ଚଳପ୍ରଚଳ ନିଷିଦ୍ଧ ଥାଏ।
ଏହି ଦିନ ଉକ୍ତ ଅଞ୍ଚଳ ରେ ପୁଅ ଙ୍କ ମଙ୍ଗଳ ମନାସି ମା’ ମାନେ ପୁଅ ଜିଉଁନ୍ତିଆ କରିଥାନ୍ତି। ଏହି ପର୍ବ ମହିଳା ମାନେ ନିସାର୍ଧ ରେ ସମ୍ପୂର୍ଣ ଉପବାସ ରେ ମା ଙ୍କ ପୀଠରେ ଢୋଲ ବାଦ୍ୟ ଶୁଭିଲା ପରେ ପୂଜା ଆରମ୍ଭ ହୋଇଥାଏ। ଦୀର୍ଘ ଷୋହଳ ଦିନ ଧରି ଦେବୀ ଙ୍କ ଦର୍ଶନ ନିଷେଧ ଥିବାରୁ ନବମୀ ଠାରୁ ଦେବୀ ଙ୍କ କୃପାଲାଭ କରିବା ପାଇଁ ଓଡ଼ିଶା ର ବିଭିନ୍ନ ପ୍ରାନ୍ତ ରୁ ଭକ୍ତ ଙ୍କ ସମାବେଶ ହୋଇଥାଏ। ପ୍ରତିବର୍ଷ ଆଶ୍ୱିନ ମାସରେ ମା ଭୈରବୀ ଙ୍କ ଷୋହଳ ପୂଜା ସ୍ୱତନ୍ତ୍ର ଓ ବିଶେଷ ରୀତିନୀତି ଅନୁସାରେ ଅନୁଷ୍ଠିତ ହୋଇଥାଏ। ରାଜାରାଜୁଡା ଅମଳ ରୁ ଚାଲିଆସିଥିବା ଏହି ଷୋହଳ ପୂଜା ଆଶ୍ୱିନ ମାସ ମୂଳଷ୍ଟମୀ ତିଥି ରୁ ଆରମ୍ଭ ହୋଇ ଶୁକ୍ଳପକ୍ଷ ମହାଷ୍ଟମୀ ଦିନ ଶେଷ ହୋଇଥାଏ। ଏବଂ ତା ପରଦିନ ଅର୍ଥାତ ନବମୀ ଦିନ ଠାରୁ ମା’ ଙ୍କ ନବଯୌବନ ବେଶ ରେ ଭକ୍ତ ଙ୍କୁ ଦର୍ଶନ ଦେଇଥାନ୍ତି। ବିଜୟା ଦଶମୀ ରେ ପୀଠରେ ଦଶମୀ ପୂଜାସହ ସାଧାରଣ ଭକ୍ତ ଙ୍କ ପାଇଁ ସାହଣ ମେଲା ଦର୍ଶନ ହୋଇଥାଏ ବୋଲି ମନ୍ଦିର କମିଟି ପକ୍ଷରୁ ସୂଚନା ମିଳିଛି।