ଧର୍ମଗଡ଼ ତା ୨୬/୯(ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ନଗର ପକ୍ଷରୁ ଧର୍ମଗଡ଼ ପଞ୍ଚାୟତ ସ୍ନାତକ ମହାବିଦ୍ୟାଳୟ ଖୋଲ ପଡିଆଠାରେ ଧର୍ମଗଡ଼ ନଗର ପକ୍ଷରୁ ଦୁଇ ଦିନ ଧରି ଚାଲିଥିବା ମହିଳା କ୍ରିକେଟ ପ୍ରତିଯୋଗିତା ରେ ପ୍ରଥମେ ଜି, ଏମ୍,ଏଚ,ଏସ, କାଶିବାହା ଏବଂ କେନ୍ଦ୍ରୀୟ ବିଦ୍ୟାଳୟର ମଧ୍ୟରେ ଖୋଲାଯାଇଥିଲା। ଏମ୍, ଏଚ, ଏସ କାଶିବାହା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୬ ଓଭର ରେ ୫ ଓ୍ୱକେଟ ହରାଇ ମୋଟ ୪୩ ରନ୍ ସଂଗ୍ରହ କରିଥିଲେ। କେନ୍ଦ୍ରୀୟ ବିଦ୍ୟାଳୟ ୫ ଓଭର ୪ ଵଳ ରେ ୪୪ ରନ୍ ସଂଗ୍ରହ କରି ଚମ୍ପିୟାନ ହୋଇଥିଲେ ।

ଏହି ଖେଳ ରେ ମୁଖ୍ୟ ଅତିଥି ଭାବରେ ନଗର ପାଲ ଅଶୋକ ମହାନ୍ତି, ସମ୍ମାନ ଅତିଥି ଭାବରେ ନଗର କାର୍ଯ୍ୟନିର୍ବାହୀ ଅଧିକାରୀ ଚନ୍ଦ୍ର କାନ୍ତ ବେହେରା, ପଞ୍ଚାୟତ କଲୋଜ ର ପ୍ରିନ୍ସିପାଲ ଏସ, ଜଗନ୍ନାଥ ରାଓ ଯୋଗ ଦେଇଥିଵା ଵେଲେ ଏହି ଖେଳ ଦୁଇ ଦିନ ଧରି ଚାଲିଥିଲା। ମେଟ ଆଠ ଗୋଟି ଟିମ୍ ଭାଗ ନେଇଥିଲେ।

ଧର୍ମଗଡ଼ ଠାରେ ପ୍ରଥମ ଥର ପାଇଁ ମହିଳା କ୍ରିକେଟ ପ୍ରତିଯୋଗିତା ହୋଇଥିବା ରୁ ଦର୍ଶକ ମନ ଭରି ଖୋଲ ର ଆନନ୍ଦ ଉଠାଇଥିଲେ। ସ୍ଵଚ୍ଛ ସେବା ପାଳନ ଅବସରରେ ନଗର ସମସ୍ତ କର୍ମଚାରୀ ଙ୍କୁ ବିଭିନ୍ନ ଦାଇତ୍ୱ ଦେଉଥିବା ଵେଲେ କ୍ରିଡ଼ା ପାଇଁ ମୁକ୍ତା ଯନ୍ତ୍ରୀ ମୟନ ବାଜପେୟୀ ଙ୍କୁ ଦାଇତ୍ୱ ଦିଆଯାଇଥିଲା । ଖେଳ ଓ ଖେଳାଳୀ କୈାଣସି ଅସୁବିଧାର ସମ୍ମୁଖୀନ ନ ହୋଇଥିବା ଦେଖିବାକୁ ମିଳିଥିଲା । ଯନ୍ତ୍ରୀ ଶ୍ରୀ ଵାଚପେୟୀ ସମସ୍ତ ଦାୟିତ୍ବ ଙ୍କୁ ସୂଚାରୁ ରୁପେ ତୁଲାଇଥିଲେ।