ହରଭଙ୍ଗା 26/9(ଚିତ୍ତ ରଞ୍ଜନ ସିଂ )୪୫୦ ରୁ ଉର୍ଧ ପିଲାଙ୍କ ଯୋଗଦାନ, ୧୮ ଟି କମ୍ପାନୀ ଦ୍ୱାରା ୧୭୮ ଜଣଙ୍କୁ ପ୍ରତକ୍ଷ ନିଯୁକ୍ତି ଓ ୧୨୨ ଜଣଙ୍କୁ ପ୍ରଶିକ୍ଷଣ ସହ ନିଯୁକ୍ତି:-
ପ୍ରତିବର୍ଷ ଭଳି ଏହି ବର୍ଷ ମଧ୍ୟ ରାଜ୍ୟ ସରକାର ଙ୍କ ତରଫ ରୁ ବୌଧ ଜିଲ୍ଲା ପ୍ରଶାସନ ଓ ଜ଼ିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ କାର୍ଯ୍ୟାଳୟ ର ମିଳିତ ଆନୁକୂଲ୍ୟ ରେ ଆଜି ତା ୨୬.୦୯.୨୪ ରିଖ ଦିନ ଭୈରବୀ ଡ଼ିଗ୍ରୀ କଲେଜ ରେ ନିଯୁକ୍ତି ମେଳା ସକାଳ ୯ ଟା ରୁ ୨ ଟା ପର୍ଯ୍ୟନ୍ତ ଆୟୋଜନ କରା ଯାଇଥିଲା I

କାଲି ଠୁ ଆଜି ପ୍ରବଳ ଭିଡ ଦେଖିବାକୁ ମିଳିଥିଲା I ଅତିରିକ୍ତ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ଅନିରୁଦ୍ଧ ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ହରଭଙ୍ଗା ବିଡ଼ିଓ ଶରତ ଚନ୍ଦ୍ର ସେଠି ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ନିଯୁକ୍ତି ମେଳା ଉଦଯାପିତ କରିଥିଲେ ଏବଂ ଛାତ୍ର ଛାତ୍ରୀ ମାନଙ୍କୁ ନିଯୁକ୍ତି ମେଳା ର ସୁଯୋଗ ହାସଲ କରିବାକୁ ଆଶୀର୍ବାଦ ପୂର୍ବକ ଉତ୍ସାହିତ କରିଥିଲେ I

ଜ଼ିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ ଅଧିକାରୀ ଶ୍ରୀ ଅଜୟ କୁମାର ଦାଶ ସଭା ପରିଚାଳନା କରିଥିଲେ ଏବଂ ଜ଼ିଲ୍ଲା ରେ ତଥା ଜ଼ିଲ୍ଲା ବାହାରେ ନିଶୁଲ୍କ ସ୍ୱଳ୍ପ କାଳୀନ ତାଲିମ ଓ ଉପସ୍ଥିତ ଥିବା ନିଯୁକ୍ତି ଦାତା ଙ୍କ ପାଖରେ ଉପଲବ୍ଧ ବିଭିନ୍ନ ପଦ ପଦବୀ , ଦରମା, ଆବଶ୍ୟକ ଯୋଗ୍ୟତା ଉପରେ ଆଲୋକପାତ କରିଥିଲେ I ଏଥିରେ ୪୫୦ ରୁ ଉର୍ଧ ପ୍ରାର୍ଥୀ ଯୋଗ ଦେଇଥିଲେ ତନ୍ମଧ୍ୟରୁ ୩୬୯ ଜଣ ପଞ୍ଜିକରଣ କରିଥିଲେ I ସେଥୀ ମଧ୍ୟରୁ ୧୩ ଟି କମ୍ପାନୀ ଦ୍ୱାରା ୧୭୮ ଜଣଙ୍କୁ ପ୍ରତକ୍ଷ ନିଯୁକ୍ତି ଓ ୫ ଟି ପ୍ରଶିକ୍ଷଣ ସଂସ୍ଥା ଦ୍ୱାରା ୧୨୨ ଜଣଙ୍କୁ ପ୍ରଶିକ୍ଷଣ ସହ ନିଯୁକ୍ତି ପାଇଲେ I

ଏହି ପରିପ୍ରେକ୍ଷୀ ରେ ୪ ଜଣକୁ ନିଯୁକ୍ତି ପତ୍ର ଦିଆ ଯାଇଥିଲା . ଅତିରିକ୍ତ ଜ଼ିଲ୍ଲପାଳ ମଧ୍ୟ ପ୍ରତ୍ୟେକ ଷ୍ଟଲ କୁ ଯାଇ ସମସ୍ତ କମ୍ପାନୀ ଙ୍କ ସହିତ ନିଯୁକ୍ତି ର ସୁଯୋଗ ଉପରେ ଆଲୋଚନା କରି ଜ଼ିଲ୍ଲା ର ଅଧିକାଂଶ ବେକାର ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତି ର ସୁଯୋଗ ଦେବା ପାଇଁ ପରାମର୍ଶ ଦେଇଥିଲେ I ବୌଦ୍ଧ ଜ଼ିଲ୍ଲା ର ସାମ୍ବାଦିକ, ଇଲେକ୍ଟ୍ରୋନିକ ଓ ପ୍ରିଣ୍ଟ ମେଡିଆ ଯୋଗ ଦେଇ ଥିଲେ i ଆଜି ର ନିଯୁକ୍ତି ମେଳା କୁ ସଫଳ ରୂପାୟନ ଦେବା ରେ ଜ଼ିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ କାର୍ଯ୍ୟାଳୟ ର କର୍ମଚାରୀ ଦୀନେଶ ବଢ଼ାଇ, ରମାକାନ୍ତ ମିର୍ଧା, ହେମନ୍ତ ତିୱାରୀ ଓ ଡମ୍ବରୁଧର ଖାଲ୍କୋ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ i