କାଶୀପୁର : ( ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ରିକିରି ଅଞ୍ଚଳରେ କିଛି ଦିନ ଧରି BJP କର୍ମକର୍ତା ମାନେ ମୋବାଇଲ ଆଧାର ସଂଯୋଗ ଆଳରେ ନିରୀହ ଜନସାଧାରଣଙ୍କୁ BJP ଦଳର ସଦସ୍ୟତା ସଂଗ୍ରହ କରୁଥିବା ଅଭିଯୋଗ ହୋଇଛି।

ରାୟଗଡ଼ା ଜିଲ୍ଲା କାଶୀପୁର ଭଳି ଆଦିବାସି ଉପାନ୍ତ ଅଞ୍ଚଳ ରେ ନିରୀହ ନିଷ୍କପଟ ଅଶିକ୍ଷିତ ଆଦିବାସୀଙ୍କୁ କେଉଁଠି ଆଧାର ସହ ମୋବାଇଲ ଲିଙ୍କ ଓ କାହାକୁ କମ୍ପାନୀ ଭତା ଓ କାହାକୁ ରାଜ୍ୟ ସରକାରଙ୍କ ୩୦୦୦ ହଜାର ଟଙ୍କା ବାର୍ଦ୍ଧକ୍ୟ ଭତା ଏବଂ ମହିଳାଙ୍କୁ ଶୁଭଦ୍ରା ଯୋଜନାରେ ସାମିଲ କରିଦିଆଯିବ ବୋଲି ମିଛ ପ୍ରତୀଶ୍ରୁତି ଦେଇ ଲୋକଙ୍କ ଠାରୁ ୫୦ ଟଙ୍କା ଲେଖଏଁ ସଂଗ୍ରହ କରି ଭାରତୀୟ ଜନତା ପାର୍ଟି ର ସଦସ୍ୟତା ସଂଗ୍ରହ କରୁଥିବା ଖବର କାଶୀପୁର ଟିକିରୀ ଅଂଚଳରେ ଏବେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି ଏବଂ ସାମାଜିକ ଗଣ ମାଧ୍ୟମ ରେ କିଛି ଲେଖା ଘୁରି ବୁଲୁଥିବା ର ଦେଖିବାକୁ ମିଳିଛି।

ସୂଚନା ଅନୁସାରେ ଟିକିରି ପୁର୍ବତନ ସରପଞ୍ଚ ଙ୍କ ଶାଶୁ ଓ ଶଶୁର ଗୋକୁଳ ମୁଣ୍ଡା ଗ୍ରାମର ଏ ଭଳି ଠକାମୀ ର ଶିକାର ହୋଇଥିବା ବେଳେ ପୋଡ଼ା ପାଡ଼ି ପଂଚାୟତ ସରିଶ ପଦର ଗ୍ରାମରେ ମଧ୍ୟ ୫୦ ରୁ ଉର୍ଦ୍ଧ ଲୋକଙ୍କୁ ମିଥ୍ୟା ପ୍ରଲୋଭନ ଦେଖାଇ ସଦସ୍ୟ ତାଲିକାରେ ଅନ୍ତର୍ଭୁକ୍ତ କରା ଯାଇଥିବା ଲୋକେ ସ୍ବୀକାର କରିଛନ୍ତି ।

ଏ ସଂକ୍ରାନ୍ତରେ ଅଭିଯୋଗ କୁ ଆଧାର ଆକରି ଦୁର୍ଯ୍ୟୋଧନ ନାଏକଙ୍କୁ ପଚାରିବାରୁ ଲୋକେ ସ୍ୱଇଛରେ BJP ସଦସ୍ୟତା ଗ୍ରହଣ କରିବାକୁ ଆସୁଛନ୍ତି, ସେ କାହା ନିକଟକୁ ଯାଇ କିମ୍ବା କୌଣସି ପ୍ରଲୋଭନ ଅବା ମିଛ ପ୍ରତିଶ୍ରୀତି ଦେଉନଥିବ କହିଛନ୍ତି ଏବଂ ସମସ୍ତ ଅଭିଯୋଗ କୁ ଖଣ୍ଡନ କରିଛନ୍ତି।ଅନ୍ୟପଟେ ଏଭଳି ସଦସ୍ୟତା ସଂଗ୍ରହ କାର୍ଯ୍ୟକ୍ରମ କୁ ଉଭୟ ବିଜେଡି ଓ କଂଗ୍ରେସ ଏହାକୁ BJP ର ଏକ ହିନ ମାନସିକତା ର ରାଜନୀତି ବୋଲି କ୍ଷଭ ପ୍ରକାଶ କରିଛନ୍ତି