ସୁବର୍ଣ୍ଣପୁର (ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ସହର ର ବରିଷ୍ଠ କ୍ରୀଡ଼ାବିତ ବଳରାମ ପଣ୍ଡା ( ୭୯ ) ଙ୍କ ହୃଦ୍ ଘାତ ରେ ପରଲୋକ ଘଟିବାରୁ ଅଞ୍ଚଳ ରେ ଶୋକ ଖେଳି ଯାଇଛି l ଶ୍ରୀ ପଣ୍ଡା ଜଣେ ଅତି ସରଳ,ଉଦାର ଓ ମେଲାପି ବ୍ୟକ୍ତି ଭାବେ ଜଣା ଶୁଣା ଥିବା ବେଳେ ସେ ଜଣେ ଆଗ ଧାଡି ର ଫୁଟବଲ୍ ଓ ଭଲିବଲ ଖେଳାଳି ଭାବେ ଖୁବ୍ ଜଣାଶୁଣା ଥିଲେ l ସୋନପୁର, ବୀରମହାରାଜପୁର, ପାଟଣାଗଡ଼, ଟିଟିଲାଗଡ ଠାରେ ଉପ ନିବନ୍ଧକ କାର୍ଯ୍ୟାଳୟ ଠାରେ ବରିଷ୍ଠ କିରାଣୀ ଭାବେ ସେ ନିଷ୍ଠା ର ସହ କାର୍ଯ୍ଯ ତୁଲାଇଥିଲେ l

ଏହା ସହିତ ୧୯୬୪ ରେ ମହାରାଜା ହାଇସ୍କୁଲ ରେ ଛାତ୍ର ଆନ୍ଦୋଳନ ରେ ନେତୃତ୍ଵ ନେଇ ସ୍କୁଲ୍ ଓ ସୋନପୁର କଲେଜ୍ ରେ ଛାତ୍ର ନେତା ଭାବେ ବି ଖୁବ୍ ପରିଚିତ ଥିଲେ l ଚାଷ ଓ ଗୋ ସେବା କାର୍ଯ୍ଯ କୁ ଭଲ ପାଇବା ସହ ପ୍ରତ୍ୟେକ ମଣିଷ କୁ ସେ ଉତ୍ତମ ବ୍ୟବହାର ପ୍ରଦର୍ଶନ ଓ ଖୁବ୍ ଆଦର କରୁଥିବା ଜଣେ ଭଲ ମଣିଷ ଥିଲେ ଶ୍ରୀ ପଣ୍ଡା l ସହର ର ମଝିପଡ଼ା ରେ କାଳୀପୂଜା, ନାମଯଜ୍ଞ ଓ ପ୍ରତ୍ୟେକ ଆଧ୍ୟାତ୍ମିକ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ସେ ଯୁବ ବୟସ ରୁ ସକ୍ରିୟ ଭାବେ ଦାୟିତ୍ବ ନିଭାଇ ଆସୁଥିଲେ l

ଗତ କାଲି ଅପରାହ୍ନ ରେ ସୋନପୁର ଶ୍ରୀ ରାମେଶ୍ବର ଶ୍ମଶାନ ଘାଟ ରେ ସ୍ୱର୍ଗତ ପଣ୍ଡା ଙ୍କ ଅନ୍ତିମ ସଂସ୍କାର କରଯାଇଥିବା ବେଳେ ବଡ ପୁଅ ପ୍ରିତମ୍ (ରକି) ମୁଖଗ୍ନୀ ଦେଇଥିଲେ l ଶ୍ରୀ ପଣ୍ଡା ଙ୍କ ଧର୍ମ ପତ୍ନୀ, ଉଭୟ ପୁତ୍ର, ପୁତ୍ର ବଧୂ, ତିନି ଭଉଣୀ ଓ ଜ୍ବାଇଁ,ନାତି ନାତୁଣୀଙ୍କ ସମେତ ସହର ର ବହୂ ମାନ୍ୟ ଗଣ୍ୟ ବ୍ୟକ୍ତି ବିଶେଷ ଯୋଗଦେଇ ଗଭୀର ଶୋକ ପ୍ରକାଶ କରିଛନ୍ତି l