ସୁବର୍ଣ୍ଣପୁର (ଅଜିତ କୁମାର ପୁଜାହାରୀ)ମୋ ଜଙ୍ଗଲ ଜମି ଯୋଜନା ଅନ୍ତର୍ଗତ ଜିଲ୍ଲା ସ୍ତରୀୟ ତଦାରଖ କମିଟି ବୈଠକ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅନ୍ୟା ଦାସ ଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଥିଲା । ବୈଠକରେ ମୋ ଜଙ୍ଗଲ ଜମି ଯୋଜନା ଅନ୍ତର୍ଗତ ଅନୁସୂଚିତ ଜନଜାତି ଓ ଅନ୍ୟାନ୍ୟ ପାରମ୍ପରିକ ବନବାସୀ ମାନଙ୍କ ଜଙ୍ଗଲ ଅଧିକାର ଆଇନ-୨୦୦୬, ଏବଂ ସଂଶୋଧିତ ନିୟମାବଳୀ- ୨୦୧୨ ରେ ରହିଥ‌ିବା ବିଭିନ୍ନ ବ୍ୟବସ୍ଥା ଓ ନୀତି ନିୟମ ସମ୍ପର୍କରେ ଅବଗତ କରାଯାଇଥିଲା।

ଉପସ୍ଥିତ ସଦସ୍ୟ ସଦସ୍ୟା ମାନଙ୍କୁ ଜିଲ୍ଲାରେ ମୋ ଜଙ୍ଗଲ ଜମି ଯୋଜନା ଅଧୀନରେ ଉପଖଣ୍ଡ ସ୍ତରୀୟ, ଜିଲ୍ଲା ସ୍ତରୀୟ କମିଟିଠାରେ ଆବେଦନ ହୋଇଥିବା ଦାବି ଗୁଡିକର ତ୍ୱରିତ ପଦକ୍ଷେପ ଗ୍ରହଣ ପୂର୍ବକ ଶୀଘ୍ର ଫଇସଲା କରାଇବା ସମ୍ପର୍କରେ ସମସ୍ତ ଅଧିକାରୀମାନଙ୍କୁ ଜିଲ୍ଲାପାଳ ଶ୍ରୀମତୀ ଦାସ ନିର୍ଦେଶ ଦେଇଥିଲେ। ପୁନଶ୍ଚ ଉପଖଣ୍ଡ ସ୍ତରୀୟ କମିଟି ବୀରମହାରାଜପୁରଙ୍କ ଠାରୁ ହସ୍ତଗତ ହୋଇଥିବା ଚାରିଗୋଟି ଗୋଷ୍ଠୀଗତ ଓ ଚାରିଗୋଟି ଗୋଷ୍ଠୀ ସମ୍ୱଳ ଅଧିକାର ଦାବିକୁ ଜିଲ୍ଲା ସ୍ତରୀୟ କମିଟିଠାରେ ଉପସ୍ଥାପନ କରିବା ପାଇଁ ଜିଲ୍ଲାମଙ୍ଗଳ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ।

ବୈଠକରେ ଅତିରିକ୍ତ ଜିଲ୍ଲାପାଲ ସୁବର୍ଣ୍ଣପୁର (ରାଜସ୍ବ) ଶ୍ରୀ ରାଜେନ୍ଦ୍ର କୁମାର ମାଝୀ , ଜିଲ୍ଲା ମଙ୍ଗଳ ଅଧିକାରୀ ଅଚ୍ୟୁତାନନ୍ଦ ସିଂ, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ସଂଯୁକ୍ତା ମାଝୀ, ଅତିରିକ୍ତ ବନପାଳ ସୁବର୍ଣ୍ଣପୁର , ତହସିଲଦାର ସୋନପୁର, ତରଭା, ରାମପୁର,ବିନକା,ବିରମହାରାଜପୁର, ଉଲୁଣ୍ଡା,ଜିଲ୍ଲା ସଂଯୋଜକ ସୁବର୍ଣ୍ଣପୁର (ମୋ ଜଙ୍ଗଲ ଜମି ଯୋଜନା), ଜିଲ୍ଲା ଏମଆଇଏସ, ତହସିଲ ସଂଯୋଜକ, ତହସିଲ ଏମଆଇଏସ, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ, କମିଟି ସଦସ୍ୟ ସଦସ୍ୟା, ଫାଉଣ୍ଡେସନ ଫର ଇକୋଲୋଜିକାଲ ସିକ୍ୟୁରିଟୀର ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ