ମୂସୁବର୍ଣ୍ଣପୁର (ଅଜିତ କୁମାର ପୁଜାହାରୀ)ରଲୀ କ୍ରୀଷ୍ଣା ଫାଉଣ୍ଡେସନ୍ ଏବଂ କ୍ରୀଷ୍ଣା ବିକାଶ ଗ୍ରୁପ୍, ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବିକାଶ ଆବାସିକ ବିଦ୍ୟାଳୟ ଓ ବିକାଶ ମଲ୍ଟି ସ୍ପେସିଆଲିଟି ହସ୍ପିଟାଲ୍, ବରଗଡ଼ର ମିଳିତ ଆନୁକୁଲ୍ୟରେ ସୁବର୍ଣ୍ଣପୁର ଜିଲ୍ଲାର ସାହାରା ଟ୍ରଷ୍ଟ୍ ସ୍କୁଲ୍ର ଅଡିଟୋରିୟମ୍ ଠାରେ କ୍ରୀଷ୍ଣା ବିକାଶ, ବରଗଡ଼ର “ନବାକାଂକ୍ଷା” – କ୍ୟାରିୟର୍ କାଉନ୍ସେଲିଂ ତଥା ଦଶମ ଓ ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବା ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧନା ଏବଂ ସିବିଏସ୍ଇ ଓ ଓଡ଼ିଆ ମାଧ୍ୟମିକ ବିଦ୍ୟାଳୟମାନଙ୍କର ଅଧ୍ୟକ୍ଷ ଏବଂ ପ୍ରଧାନ ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କୁ ସ୍କୁଲ୍ ଲିଡର୍ ପୁରସ୍କାରରେ ସମ୍ମାନିତ କରିବା କାର୍ଯ୍ୟକ୍ରମ ମହାସମାରୋହରେ ଆୟୋଜିତ ହୋଇଯାଇଛି ।
ଏହା ସହିତ ସୁବର୍ଣ୍ଣପୁର ଜିଲ୍ଲାର ଅନେକ ସୁନାମଧନ୍ୟ ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର ଜିଲ୍ଲାର ୧୧ଟି ଉଚ୍ଚ ମାଧ୍ୟମିକ ସ୍କୁଲ୍ ତଥା ସିବିଏସ୍ଇ ସ୍କୁଲ୍ର ୪୦୦ ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ସମେତ ଶିକ୍ଷକ-ଶିକ୍ଷୟିତ୍ରୀ ଏବଂ ପ୍ରଧାନ ଶିକ୍ଷକ-ଶିକ୍ଷୟିତ୍ରୀ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମଟି ଦୁଇଟି ଅଧିବେସନରେ ହୋଇଥିଲା । ପ୍ରଥମ ଅଧିବେସନରେ ବିକାଶ ଆବାସିକ ବିଦ୍ୟାଳୟର କାର୍ଯ୍ୟକାରୀ ଅଧ୍ୟକ୍ଷ ଶ୍ରୀ ଶିଶିର ପ୍ରସାଦ ରାଉଳଙ୍କ ଅଧ୍ୟକ୍ଷତାରେ ଏକ କ୍ୱିଜ୍ ପ୍ରତିଯୋଗିତାର ଆୟୋଜନ ହୋଇଥିଲା । କାର୍ଯ୍ୟକ୍ରମର ଦ୍ୱିତୀୟ ଅଧିବେସନରେ କ୍ରୀଷ୍ଣା ବିକାଶ ଗ୍ରୁପ୍ ଓ ମୂରଲୀ କ୍ରୀଷ୍ଣା ଫାଉଣ୍ଡେସନ୍ର ପ୍ରତିଷ୍ଠାତା ତଥା ଚେୟାର୍ମେନ୍ ଶ୍ରୀ ଡି.ମୂରଲୀ କ୍ରୀଷ୍ଣା, କ୍ରୀଷ୍ଣା ବିକାଶର ପୂର୍ବବର୍ଷର ଉଚ୍ଚ କୃତୀତ୍ୱ ଲାଭ କରିଥିବା ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଶିକ୍ଷାବିତ୍ଙ୍କ ଉପସ୍ଥିତିରେ ମା’ ସମଲେଶ୍ୱରୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣପୂର୍ବକ ଦୀପ ପ୍ରଜ୍ଜ୍ୱଳନ କରି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା ।
ଏଥିରେ ଚେୟାର୍ମେନ୍ କ୍ୟାରିୟର୍ କାଉନ୍ସେଲିଂ ଉପରେ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରିବା ସହିତ ନିଜର ଭବିଷ୍ୟତକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀମାନେ କିପରି ପାଠ ପଢ଼ିବେ, ତାଙ୍କର ସଙ୍କଳ୍ପିତ ସ୍ୱପ୍ନ କିପରି ଭାବରେ ସିଦ୍ଧିଲାଭ ହେବା ସହ ଛାତ୍ରଛାତ୍ରୀମାନଙ୍କ କିିପରି ସର୍ବାଙ୍ଗୀନ ଉନ୍ନତି ଏବଂ ଚରିତ୍ର ଗଠନ ସାଧିତ ହୋଇପାରିବ ସେ ସମ୍ପର୍କରେ ନିଜ ମତ ଉପସ୍ଥାପନ କରିଥିଲେ । ଜାତୀୟ ପୁରସ୍କାର ପାଇଁ ମନୋନୀତ ସୁବର୍ଣ୍ଣପୁରର ବାନ୍ଧଶିଳ୍ପୀ ଶ୍ରୀ ରସାନନ୍ଦ ମେହେର ଏବଂ ଟେରାକୋଟା ଶିଳ୍ପୀ ଶ୍ରୀ ଅନନ୍ତ ରଣାଙ୍କୁ ମଧ୍ୟ ଉପଢୌକନ ଓ ସ୍ମୃତିଫଳକ ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ।