ସୁବର୍ଣ୍ଣପୁର (ଅଜିତ କୁମାର ପୁଜାହାରୀ)ସଚେତନ ନାଗରିକମଞ୍ଚର କାର୍ଯ୍ୟକାରିଣୀ ବୈଠକ ସଭାପତି ସିତାଂଶୁ ଶେଖର ମିଶ୍ରଙ୍କ ଅଧ୍ୟକ୍ଷତାରେ ସୁରେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା l ସମ୍ବଲପୁର ଗୋପାଳପୁର ରେଳପଥ ସୁବର୍ଣ୍ଣପୁର ଦେଇଯିବା ବିଷୟରେ ଆଲୋଚନା ହୋଇଥିଲା l ପୂର୍ବରୁ ଏହି ବିଷୟରେ ଆଲୋଚନା ହୋଇ ଜିଲ୍ଲା ପ୍ରଶାସନ ଜରିଆରେ ମାନ୍ୟବର ମହାମହିମ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରେଳମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ମାନ୍ୟବର ସାଂସଦ ବଲାଙ୍ଗିର ସଂଗୀତା ସିଂଦେଓଙ୍କ ଅବଗତି ଓ ବିହିତ ପଦକ୍ଷେପ ସକାଶେ ଅନୁରୋଧ କରାଯାଇଥିଲା। ଉଭୟ କ୍ଷେତ୍ରରେ ଅଗ୍ରଗତି ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଥିଲା ଏବଂ ନିଷ୍ପତ୍ତି ନିଆଯାଇଥିଲା l ଏହା ସହିତ କାର୍ଯ୍ୟରେ ସଫଳତା ହାସଲ ପର୍ଯ୍ୟନ୍ତ ନିରନ୍ତର ବିଭିନ୍ନ ମାଧ୍ୟମରେ ଉଦ୍ୟମ ଜାରି ରଖିବା ପାଇଁ ଆଲୋଚନା ହୋଇଥିଲା ।
ଏହା ସହ ପବିତ୍ର ଦେଵଭୂମି ସୁବର୍ଣ୍ଣପୁର ସହରକୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଭଳିଆ ହେରିଟେଜ ପ୍ରକଳ୍ପ ବିଷୟରେ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବା ସହିତ ଜିଲ୍ଲାରେ ଏକ ସୈନିକ ବିଦ୍ୟାଳୟ ସ୍ଥାପନ ନେଇ ମଧ୍ୟ ଆଲୋଚନା ହେଲା l ଆଜିର ଏହି କାର୍ଯ୍ୟକ୍ରମରେ ସଚେତନ ନାଗରିକ ମଞ୍ଚର ସମ୍ପାଦକ ଗୁଣନିଧି ମେହେରଙ୍କ ସମେତ ଧୀରେନ୍ଦ୍ର କୁମାର ପଟ୍ଟନାୟକ, ପ୍ରଦୀପ କୁମାର ପୁରୋହିତ, ଦୁଃଖିରାମ ନାୟକ , ବିନୋଦ ମେହେର, ବାଙ୍କାନିଧି ରାୟଗୁରୁ, ନବଘନ ସାଣ୍ଢ,ପଞ୍ଚାନନ ବାରିକ ଓ ନବକିଶୋର ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ।
ଶେଷରେ ବିନୋଦ ମେହେର ଧନ୍ୟବାଦ ଅର୍ପଣ କରିଥିଲେ l