କେସିଙ୍ଗା ୧/୧୦ ( ପ୍ରୀତେଶ ପଟେଲ)ପୂର୍ବତନ କଳାହାଣ୍ଡି ବିଧାୟକ୍ ପ୍ରଦୀପ୍ତ ନାୟକ ଓ କେସିଙ୍ଗା କାଉନସିଲର ଧରିଣୀଧର ନାୟକ ଓଡିଶା ସ୍ଵସ୍ଥା ଓ ପରିବାର କଲ୍ଯାଣ ମନ୍ତ୍ରୀ ଶ୍ରୀ ଯୁକ୍ତ ମୁକେଶ ମହାଲିଙ୍ଗ ଙ୍କୁ ତାଙ୍କର ଭୁବନେଶ୍ବର ସ୍ଥିତ କାର୍ଯ୍ୟାଳୟରେ ଭେଟି ପୁଙ୍ଖାନୁପୁଙ୍ଖ ଭବରେ କଳାହାଣ୍ଡି ଓ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ସମସ୍ତ ସମସ୍ୟା ବିଷୟରେ ଆଲୋଚନା କରିଥିଲେ |

ଶ୍ରୀଯୁକ୍ତ ମୁକେଶ ମହାଲିଙ୍ଗ ଅତି ଶୀଘ୍ର କଳାହାଣ୍ଡି ଜିଲ୍ଲାର ସମସ୍ତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ଡାକ୍ତର୍ ନିଯୁକ୍ତି, ପାରାମେଡ଼ିକାଲ ଷ୍ଟାଫ୍ ନିଯୁକ୍ତି ଓ ଭିତ୍ତିଭୂମି ବିକାଶ ପାଇଁ ଓଡିଶା ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି କହିଲେ | ଆଗାମୀ ୧୦ ରୁ ୧୫  ଦିନ ଭିତରେ ଓଡିଶାର ସ୍ଵସ୍ଥା ଓ ପରିବାର କଲ୍ୟାଣ ମନ୍ତ୍ରୀ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପରିଦର୍ଶନ କରିପାରନ୍ତି |