ଅବ୍ୟବସ୍ଥିତ ସାଙ୍ଗକୁ ଭଡା ବୋକେୟା ଅଭିଯୋଗ 

ନିରବଦ୍ରଷ୍ଟା ବ୍ଲକ ପ୍ରଶାସନ

ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡିଲେ ସରପଞ୍ଚ 

ମୁନିଗୁଡ଼ା (ରମାକାନ୍ତ ପଡାଲ)ତତ୍କାଳୀନ ଜିଲ୍ଲାପାଳ ସ୍ଵଧା ଦେବ ସିଂ ଙ୍କ ପରିକଳ୍ପନା ରେ ପାଖାପାଖି 26 ଲକ୍ଷ୍ୟ ରୁ ଉର୍ଦ୍ଧ ଟଙ୍କା ଅଟକଳ ରେ ଜିଲ୍ଲାର ପ୍ରଥମ “ମିଶନ ଶକ୍ତି କାଫେ” କୁ ମଇ 02, 2023 ଦିନ ସଦର ବିଷମକଟକ ପଞ୍ଚାୟତ ଠାରେ ଉଦଘାଟନ କରାଯାଇଥିଲା I ହେଲେ ବର୍ଷ କ ମଧ୍ୟରେ ଅବ୍ୟବସ୍ତା ଘେର ରେ ସ୍ଥାନୀୟ ମିଶନ ଶକ୍ତି କାଫେ Iହେଲେ କାର୍ଯ୍ୟକ୍ଷମ ପର ଠାରୁ ଏହା ଆଣ୍ଠେଇଥିବା ଚର୍ଚ୍ଚା ର ବିଷୟ ହୋଇଛି I ଏହା ର ଶୁଭାରମ୍ଭ ଠାରୁ ଅଦ୍ୟାବଧି ଘର ଭଡା, ବିଦ୍ୟୁତ ଶୁଳ୍କ ଓ ଜଳ ଶୁଳ୍କ ବାବଦରେ ଟଙ୍କା ଟିଏ ମଧ୍ୟ ଦିଆଯାଇ ନଥିବା ଅଭିଯୋଗ କରିଛନ୍ତି ବିଷମକଟକ ସରପଞ୍ଚ I ପ୍ରାୟ ଏକ ବର୍ଷ ରୁ ଅଧିକ ସମୟ ହେବ ଭଡା ବୋକେୟା ଥିବା ଅଭିଯୋଗ ଏବେ ବିଷମକଟକ ଠାରେ ମିଶନ ଶକ୍ତି ର କାର୍ଯ୍ୟଶୈଳୀ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି I

ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡିଶା ସରକାର ଏସେଚଜି ମାଧ୍ୟମରେ ମହିଳା ସଶକ୍ତିକରଣ, ମହିଳା ସଦସ୍ୟମାନଙ୍କୁ ସେମାନଙ୍କ ଦକ୍ଷତା ପ୍ରଦର୍ଶନ ଏବଂ ସେଥିରୁ ରୋଜଗାର ପାଇଁ ବିଭିନ୍ନ ମାଧ୍ୟମ ଯୋଗାଇ ଦେଉଛନ୍ତି ଏବଂ “ମିଶନ ଶକ୍ତି” ଏହାର ଏକ ଜ୍ୱଳନ୍ତ ଉଦାହରଣ I କିନ୍ତୁ ବିଷମକଟକ ଠାରେ ନିର୍ମିତ ଥିବା “ମିଶନ ଶକ୍ତି କାଫେ” ଅବ୍ୟବସ୍ଥିତ ଥିବା ର ଅଭିଯୋଗ ପ୍ରତି ସ୍ଥାନୀୟ ବ୍ଲକ ପ୍ରଶାସନ ନିରବ ଥିବା ଅନେକ ସନ୍ଦେହ ସୃଷ୍ଟି କରୁଛି I ପ୍ରକାଶ ଥାଉକି ବିଷମକଟକ ସଦର ପଞ୍ଚାୟତ ନିକଟରେ ମିଶନ ଶକ୍ତି କାଫେ ନିର୍ମାଣ ପାଇଁ ସ୍ଥିର କରାଯାଇଥିଲା I ସ୍ଥାନ ଟି ଗ୍ରାମ ପଞ୍ଚାୟତ ବିଷମକଟକ ର ଅସ୍ଥାବର ସମ୍ପତ୍ତି ହୋଇଥିବା ସ୍ଥଳେ ଗ୍ରାମପଞ୍ଚାୟତ ର ନିଜସ୍ୱ ଆୟକୁ ନିୟମିତ ଭାବେ ରାଜସ୍ବ ଆସିବା ପାଇଁ ପ୍ରସ୍ତାବିତ ସ୍ଥାନ ରେ ପଞ୍ଚାୟତ ତରଫରୁ କେଫ ନିର୍ମାଣ ପାଇଁ ଦିଆଯାଇଥିଲା I କାଫେ ନିର୍ମାଣ ଓ କାର୍ଯକ୍ଷମ ହେବା ପରେ ଭଡା ବାବଦରେ ନିୟମିତ ରାଜସ୍ବ ପଞ୍ଚାୟତ ର ନିଜସ୍ୱ ଆୟକୁ ସହାୟକ ହେବା ଆଶା ନେଇ ଗ୍ରାମ ପଞ୍ଚାୟତ ଉକ୍ତ ସ୍ଥାନ ଯୋଗାଇ ଦେଇଥିଲା I

ହେଲେ ପରିତାପର ବିଷୟ ଉଦଘାଟନ ଠାରୁ ଆଜିପର୍ଯ୍ୟନ୍ତ ଘର ଭଡା ବାବଦରେ ପଞ୍ଚାୟତ କୁ ଟଙ୍କାଟିଏ ମଧ୍ୟ ଦିଆଯାଇନଥିବା ସୂଚନା ରହିଛି I ଏଭଳି କି ବିଦ୍ୟୁତ ଓ ଜଳ ଶୁଳ୍କ ମଧ୍ୟ ଦିଆଯାଇନଥିବା ଅଭିଯୋଗ ହୋଇଛି I ଭଡା ଟଙ୍କା ନିର୍ଧାରଣ ଓ ପୋଇଠ କରାଯିବା ନେଇ ବାରମ୍ବାର ମୌଖିକ ଓ ଲିଖିତ ଭାବେ ଅନୁରୋଧ କରାଯିବା ପରେ ମଧ୍ୟ କୌଣସି ପଦକ୍ଷେପ ନିୟଯାଇନଥିବା ଯୋଗୁଁ ଶେଷରେ ଏଥିରେ ହସ୍ତକ୍ଷେପ କରିବା ପାଇଁ ବିଷମକଟକ ବିଡିଓ ଙ୍କୁ ଅନୁରୋଧ କରାଯାଇଥିଲା I ଯାହା ପରେ ବିଦ୍ୟୁତ, ଜଳ ଶୁଳ୍କ କୁ ବାଦ ଦେଇ ମାସିକ 3 ହଜାର ଟଙ୍କା ନିର୍ଧାରଣ ପାଇଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମିଶନ ଶକ୍ତି ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ I ହେଲେ ଆଜକୁ ପ୍ରାୟ ଏକ ବର୍ଷ ରୁ ଅଧିକ ସମୟ ହେବ ବ୍ଲକ ମିଶନ ଶକ୍ତି ଦାୟିତ୍ୱ ରେ ଅଧିକାରୀ ମାନେ ଟଙ୍କା ଟିଏ ମଧ୍ୟ ଦେଇନଥିବା ଅଭିଯୋଗ କରିଛନ୍ତି ବିଷମକଟକ ସରପଞ୍ଚ ନମିତା କୁଲୁସିକା I

ମିଶନ ଶକ୍ତି ବିପିସି, ବିପିଏମ, ଏବଂ କେଫେ ପରିଚାଳନା ଦାୟତ୍ୱ ମିଳିଥିବା ସ୍ୱୟଂ ସହାୟକ ଗୋଷ୍ଠୀ ଜଣେ ଅନ୍ୟ ଉପରେ ଦାୟିତ୍ୱ ଭାର ଲଦିବାରେ ବ୍ୟସ୍ତ ଥିବା ବେଳେ ଏହାର ପ୍ରଭାବ ଗ୍ରାମ ପଞ୍ଚାୟତ ର ନିଜସ୍ୱ ଆୟ ଉପରେ ପଡୁଥିବା କୁହାଯାଉଛି I ହେଲେ ବାରମ୍ବାର ଅନୁରୋଧ କଲା ପରେ ମଧ୍ୟ ବୋକେୟା ରାଶି ପରିଶୋଧ ବାବଦରେ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇନଥିବା ସୂଚନା ରହିଛି I ଏ ନେଇ ବିଷମକଟକ ଗୋଷ୍ଟି ଉନ୍ନୟନ ଅଧିକାରୀ ସଦାଶିବ ନାୟକଙ୍କୁ ପଚାରି ବୁଝିବାରୁ ବିଭାଗୀୟ ଅଧିକାରୀ ଙ୍କ ସହ କଥା ହେଇ ସମସ୍ୟାର ସାମଧାନ ପାଇଁ ତ୍ୱରିତ ପଦକ୍ଷେପ ନିଆଯିବ ବୋଲି ସେ ସ୍ପଷ୍ଟ କରିଛନ୍ତିI

ଅନ୍ୟ ପଟେ ବିଷମକଟକ ମିଶନ ଶକ୍ତି ର କୌଣସି ଅଧିକାରୀ ଏ ନେଇ ମୁହଁ ଖୋଲୁନଥିବା ବେଳେ ଯଦି ସାତ ଦିନ ମଧ୍ୟରେ ଏହାର ସମାଧାନ କରାନଯାଏ ତେଵେ ବାଧ୍ୟ ହୋଇ ଉକ୍ତ କେଫେ କୁ ପଞ୍ଚାୟତ ତରଫରୁ କୌଣସି ସହଯୋଗ କରାଯିବ ନାହିଁ ବୋଲି ସରପଞ୍ଚ ସ୍ପଷ୍ଟ କରିଛନ୍ତି I ଜିଲ୍ଲାପାଳ ପାରୁଲ ପଟୱାରୀ ଙ୍କ ଦୃଷ୍ଟି ଆକର୍ଷଣ କରାଯିବା ନେଇ ମଧ୍ୟ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ତରଫରୁ ସ୍ଥିର କରାଯାଇଥିବା ସୂଚନା ରହିଛି I ଗୋଟିଏ ପଟେ ମିଶନ ଶକ୍ତି ଜରିଆରେ ନାରୀ ମାନଙ୍କୁ ସଶକ୍ତିକରଣ କରାଯିବା ନେଇ ତଣ୍ଡୀମ ପିଟୁ ଥିବା ରାଜ୍ୟ ସରକାର, ଜିଲ୍ଲାର ପ୍ରଥମ ମିଶନ ଶକ୍ତି କାଫେ ର ଅବ୍ୟବସ୍ଥିତ ବ୍ୟବସ୍ଥା ପ୍ରତି ଦୃଷ୍ଟି ଦେବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି I