କେସିଙ୍ଗା:୦୨/୧୦/୨୪ (ପ୍ରୀତେଶ ପଟେଲ )କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଏବଂ ୱାର୍ଡ ନ ୧୨ ର ବାଲ୍ମୀକି ସମାଜ ମିଳିତ ସହଭାଗିତା ରେ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରର ଅଧ୍ୟକ୍ଷା ଡ ପ୍ରୟାଗ ପ୍ରତିଶ୍ରୁତି ମାଝୀଙ୍କ ଅଧ୍ୟକ୍ଷତାରେ ସଫାଇ କାର୍ଯ୍ୟ ଅନୁଷ୍ଠିତ ହୋଇ ଥିଲା। ସତର ତାରିଖ ରୁ ଆରମ୍ଭ ହୋଇଥିବା ସ୍ଵଚ୍ଛତା ହିଁ ସେବା ଅଭିଯାନ ର ଅଂଶ ପ୍ରଥମେ ସ୍ବାସ୍ଥ୍ୟ କେନ୍ଦ୍ର କର୍ମଚାରୀ ଏବଂ ବାଲ୍ମୀକି ସମାଜର ସଦସ୍ୟ ବୃନ୍ଦ ଦ୍ଵାରା ସ୍ବାସ୍ଥ୍ୟ କେନ୍ଦ୍ର ରେ ସଫେଇ କରଯାଇଥିଲା।

ଏହାପରେ ସମସ୍ତେ ଏକ ପଦଯାତ୍ରା କରି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଜଗନ୍ନାଥ ପଡା ଶାଖା ପ୍ରଯ୍ୟନ୍ତ ଯାଇ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି ଥିଲେ। ଏଥିରେ ସ୍ୱାସ୍ଥ୍ୟକେନ୍ଦ୍ର ର ଡ ଆଶିଷ ଶତପଥୀ,ଫାର୍ମାସିଷ୍ଟ ଗୋପାଳ କୃଷ୍ଣ ପାଣିଗ୍ରାହୀ, ଏଲ ଟି ଜେ ଏଲ ମହାନନ୍ଦ ହିସାବ ରକ୍ଷକ ବିଶ୍ଵ ଭୂଷଣ ପଧାନୀ , ସାରଥୀ ଦେଇ, ମଧୁସ୍ମିତା ମହାନ୍ତି, ବିଭୁପ୍ରସାଦ ମହାପାତ୍ର, ନାରାୟଣ ସେଠୀ , ଟିକେ ରାମ ତାଣ୍ଡି ଓ ରୋଗୀ କଲ୍ୟାଣ ସମିତି ସଭ୍ୟ ଶ୍ରୀଯୁକ୍ତ ବିଜୟ ଦୀପ ଏବଂ ବାଲ୍ମୀକି ସମାଜ ର ସଦସ୍ୟ ବୃନ୍ଦ ଉପସ୍ଥିତ ଥିଲେ