କେସିଙ୍ଗା; ୨ /୧୦ (ପ୍ରୀତେଶ ପଟେଲ )କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହରରେ ଚାଲିଥିବା ବାଏପାସ ଆର ଓ ବି ରାସ୍ତା ନିର୍ମାଣ କାମରେ ନିୟୋଜିତ ଏକ ହାଇୱା ରେ ବିଦ୍ୟୁତ୍ ତାର ଲାଗିଯିବାରୁ ଗାଡ଼ି ହୁତୁ ହୁତୁ ହୋଇ ଜଳିଯିବା ସହିତ ଡ୍ରାଇଭ୍ରର ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଆଘାତ ହୋଇଥିବା ଜଣା ପଡ଼ିଛି।ସୂଚନା ଅନୁଯାୟୀ ବୁଧବାର ସକାଳ ପ୍ରାୟ ୧୧ ଘଣ୍ଟା ସମୟରେ କେସିଙ୍ଗା ଆର ଓ ବି ରାସ୍ତା ନିର୍ମାଣ କାମ ଚାଲିଥିବା ବେଳେ ହାଇୱା କିଛି ଅନଲୋଡ କରି ଯାଉଥିବା ବେଳେ ୧୧ କେଭି ବିଦ୍ୟୁତ୍ ସଂସ୍ପର୍ଶରେ ଆସିଯାଇଥିଲା

ଫଳରେ ଆଖିପିଚ୍ଛୁଲାକେ ଗାଡ଼ି ଟି ହୁତୁ ହୁତୁ ହୋଇ ଜଳି ଉଠିଥିଲା। ଗାଡ଼ି ଡ୍ରାଇଭର ପ୍ରତ୍ୟୁଷ ଖାକା କୌଣସି ମତେ ଲାଇନ ଝଟକା ମାରିବାରୁ ଗାଡ଼ି ଭିତରୁ ଡେଇ ନିଜର ଜୀବନ ବଞ୍ଚାଇ ଥିଲେ।ପରେ କେସିଙ୍ଗା ଦମକଳ କେନ୍ଦ୍ର କୁ ଖବର ଦେବା ପରେ ଦମକଳ ବାହୀନି ରୁ ପ୍ରାୟ ସାତ ଜଣିଆ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ପ୍ରାୟ ଏକ ଘଣ୍ଟା ପରେ ନିଆ କୁ ଆୟତ୍ତ କରିଥିଲେ।