ସୁବର୍ଣ୍ଣପୁର(ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବନାଞ୍ଚଳ ରେ ବଣୁଆ ହାତୀ l ଉଲୁଣ୍ଡା ବ୍ଲକ କ୍ଷୀରପୁର ନିକଟରେ ଥିବା କେନାଲ କୁ ପାଣି ପିଇବାକୁ ଆସି ଆଜି ଭୋର ସମୟରେ ଏକ ବଣୁଆ ହାତୀ କେନାଲ ଭିତରେ ଏକ ଘଣ୍ଟା ଧରି ଫସି ରହିଥିଲା l ପରେ କେନାଲର ତଳ ଅଂଚଳ ଅଡିଆପଡା ନିକଟରେ ଉପସ୍ଥିତ ବୁଦ୍ଧି ଲଗାଇ ହାତୀ ଟି ବାହାରକୁ ବାହାରି ଆସିଥିଲା l
ପରେ ବନ ବିଭାଗ ଖବର ପାଇ ହାତୀ ଟି କୁ ଜଙ୍ଗଲ କୁ ଘଉଡ଼ାଇ ବାକୁ ଚେଷ୍ଟା କରୁଛି l ହାତୀ ଟି ଏବେ ଲୋକଙ୍କୁ ଦେଖି ତେଣେ ଦୌଡୁଛି l ହାତୀ ଟି ବାହାଲ ଜମି ଭିତରେ ରହି ଯାଇଛି ଲୋକ ହାତୀ ଟି କୁ ଦେଖିବାକୁ ଲୋକଙ୍କ ଭିଡ଼ ହେଉଛି l ଏପରି ପରିସ୍ଥିତି ରେ ହାତୀ ଟି ଭୟ ରେ ଜଙ୍ଗଲ ଅଂଚଳ ଯାଇପାରୁ ନାହିଁ l ଏନେଇ ବନ ବିଭାଗ ହାତୀକୁ ଜଙ୍ଗଲ କିପରି ଯିବ ସେନେଇ ଚେଷ୍ଟା କରୁଥିବା ବନ ବିଭାଗ କର୍ମଚାରୀ କହିଛନ୍ତି l