କେସିଙ୍ଗା (ପ୍ରୀତେଶ ପଟେଲ)କେସିଙ୍ଗା ରୁ ପ୍ରୀତେଶ ପଟେଲକେସିଙ୍ଗା ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ପାଇଁ ରାଜନୀତି ଗରମ, କେସିଙ୍ଗା ବ୍ଲକ ଅଧ୍ୟକ୍ଷ ବିରୋଧରେ ଅନସ୍ଥା ପାଇଁ ଏକଜୁଟ ହେଲେ ୨୦  ସରପଞ୍ଚ ଓ ୧୯ ସମିତି ସଭ୍ୟ ।ରାଜ୍ୟ ରେ ବିଜେଡ଼ି ସରକାର ର ପତନ ପରେ ବିଜେଡ଼ି ଧୀରେ ଧୀରେ ତଳକୁ ଖାଉଥିବା ଭଳି ମନେ ହେଉଛି ।

ଗତ କିଛି ମାସ ତଳେ ଭବାନୀପାଟଣା ପୌର ପରିଷଦ ର ଅଧ୍ୟକ୍ଷା ବିଜେଡ଼ି ସଂଯୁକ୍ତା ବେହେରା ଙ୍କୁ ଅନାସ୍ଥା ରେ ପରାଜୟ ବରଣ କରି ପଦ ରୁ ଗାଦି ଚ୍ୟୁତ ହୋଇଥିବା ବେଳେ ଆଜି କେସିଙ୍ଗା ବ୍ଲକ୍ ଅଧ୍ୟକ୍ଷ ବେଳେ ବିଜେଡ଼ି ର ଚନ୍ଦନ ସେନାପତି ଙ୍କ ବିରୋଧରେ ଅନାସ୍ଥା ଆଣିବା ପାଇଁ ଆଉ ଏକ ବିଜେଡ଼ି ଗୋଷ୍ଠୀ ଉପ ଜିଲ୍ଲା ପାଳଙ୍କ ନିକଟରେ ଦାବି ପତ୍ର ପ୍ରଦାନ କରିଥିବା ସୂଚନା ରହିଛି ।

ଏହି ଖବର କଳାହାଣ୍ଡି ରାଜନୀତି କୁ ସରଗରମ କରିଦେଇଥିବା ବେଳେ ଘଡ଼ି କେ ଘୋଡ଼ା ଛଟୁଚି ।ଏଥିରୁ ବିଜେଡ଼ି ର ଗୋଷ୍ଠୀ କନ୍ଦଳ ପୁରା ପୁରି ଭାବେ ବାହାରକୁ ବାହାରି ଆସିଛି । ବହୁତ୍ ଶୀଘ୍ର ଚନ୍ଦନ ସେନାପତି ଙ୍କ ଅଧ୍ୟକ୍ଷ ଙ୍କ ପଦ ଚାଲି ଯାଇପାରେ ବୋଲି ସହର ସାରା ଚର୍ଚା ଜୋର୍ ଧରିଛି।ବିରୋଧୀ ଙ୍କ ପାଖରେ ସଂଖ୍ୟା ଗରିଷ୍ଠତା ଥିବା ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଆଗକୁ ସମୟ କହିବ ଚୌକି ରହିବ କି ହାତ ଛଡ଼ା ହେବ ।