ହରଭଙ୍ଗା ‘( ଚିତ୍ତରଞ୍ଜନ ସିଂହ ).ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କାର୍ଯ୍ୟାଳୟ ସଭାଗୃହ ଠାରେ ଶନିବାର ଦିନ ପିଏମ କିସାନ ସମ୍ମାନ ନିଧି ୧୮ ତମ କିସ୍ତି ର ହସ୍ତାନ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ବ୍ଲକ କୃଷି ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ କୃଷି ଓ କୃଷକ ଙ୍କ ବିକାଶ ନେଇ ମହାରାଷ୍ଟ୍ର ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୃଷକ ଙ୍କୁ ଖାତାକୁ ପିଏମ କିସାନ ଯୋଜନା ର ୧୮ ତମ କିସ୍ତି ର ଶୁଭାରମ୍ଭ କରିଥିଲେ l

ଯାହାର ସିଧା ପ୍ରସାରଣ ବ୍ଲକ ର ଉପାଧ୍ୟକ୍ଷ କାହ୍ନୁ ଚରଣ ନାଥ, ବିଡ଼ିଓ ଶରତ କୁମାର ସେଥି, ସହକାରୀ କୃଷି ଅଧିକାରୀ ପ୍ୟାରୀ ମୋହନ ମହାପାତ୍ର, ଉଦ୍ୟାନ କୃଷି ଅଧିକାରୀ ଜ୍ଞାନ ରଞ୍ଜନ ଦିଗାଲ ଙ୍କ ସମେତ ଅନ୍ୟ ଅଧିକାରୀ, କୃଷି, କୃଷି ମିତ୍ର ଉପସ୍ଥିତ ରହି ଦେଖିଥିଲେ l ଏହି ଯୋଜନାରେ ୯.୪୦  କୋଟି ଚାଷୀଙ୍କୁ ୨୦  ହଜାର କୋଟି ଟଙ୍କା ଚାଷୀଙ୍କ ଖାତାକୁ ପ୍ରଦାନ କରାଯାଇଛି l