ଧର୍ମଗଡ଼ ତା ୭/୧୦(ହେମନ୍ତ କୁମାର ମାଝୀ)ପଞ୍ଚାୟତ ମହାବିଦ୍ୟାଳୟର ଭାରତ ସ୍କାଉଟ ଓ ଗାଇଡ୍, ରେଞ୍ଜର୍ ଓ ରୋଭର୍ ୟୁନିଟର ୧୩ ଜଣ ଛାତ୍ରଛାତ୍ରୀ ରାଜ୍ୟପାଳ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିଲେ । କିଛି ଦିନ ପୂର୍ବରୁ ଦୁଇଜଣ ଛାତ୍ର ଭୁବନେଶ୍ୱର ଠାରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ରାଜ୍ୟପାଳଙ୍କ ହସ୍ତରୁ ପୁରସ୍କାର ଗ୍ରହଣ କରିଥିଲେ । ତେବେ ଆଜି ମହାବିଦ୍ୟାଳୟରେ ଅନୁଷ୍ଠିତ ସମ୍ବର୍ଦ୍ଧନା ଉତ୍ସବରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ଓ ଟ୍ରଫି ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।

ଏହି ଉତ୍ସବରେ ମହାବିଦ୍ୟାଳୟର ପ୍ରାଧ୍ୟାପକ ଲିଙ୍ଗରାଜ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ଉତ୍ସବରେ ଯଥାକ୍ରମେ ଭାରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀ ନିମାଇଁ ଚରଣ ପାତ୍ର ମୁଖ୍ୟ ଅତିଥି, ସରକାରୀ ଉଚ୍ଚବିଦ୍ୟାଳୟର ଖେଳ ଶିକ୍ଷକ ତଥା ‘ଭାରତ ସ୍କାଉଟ ଓ ଗାଇଡ୍’ ର କଳାହାଣ୍ଡି ଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜକ ସନ୍ତୋଷ କୁମାର ପାଣିଗ୍ରାହୀ, ପ୍ରାଧ୍ୟାପକ ସରୋଜ ପଣ୍ଡା, ରୋଜାଲିନୀ ମୁଣ୍ଡ ସମ୍ମାନୀତ ଅତିଥି ଭାବରେ ଉପସ୍ଥିତ ରହି ଛାତ୍ରଛାତ୍ରଙ୍କୁ ଉତ୍ସାହିତ କରିଥିଲେ । ଅଧ୍ୟାପକ ଗଣପତି ବାଗ ସଭା ସଂଯୋଜନା କରିଥିବା ବେଳେ ମହାବିଦ୍ୟାଳୟର ଖେଳ ଶିକ୍ଷକ ତଥା ଭାରତ ସ୍କାଉଟ ଓ ଗାଇଡ୍ କାର୍ଯ୍ୟକ୍ରମ ଅଧିକାରୀ ଅଭୟ ବାଗ ଧନ୍ୟବାଦ ଅର୍ପଣ କରିଥିଲେ । ଅଧ୍ୟାପକ ଦୀନବନ୍ଧୁ ବାଗ, ସରୋଜ ଯୋଷୀ ସମେତ ଛାତ୍ରଛାତ୍ରୀ ସହଯୋଗ କରିଥିଲେ ।