ଧର୍ମଗଡ଼ ତା ୭/୧୦(ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଚିଲିଚିଲା ଗ୍ରାମରେ ସୋମବାର  ପ୍ରଭୁ ବୁଢାରଜା ଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଥିଲା। ଗାଁ ର ଶତାଧିକ ମହିଳା ଓ ଯୁବତୀ  କଳସଯାତ୍ରା ରେ ସାମିଲ ହୋଇ ପ୍ରଭୁ ବୁଢାରଜା ଙ୍କୁ ବନ୍ଦନା କରିବା ସହ  ତେଲ ନଦୀ ରୁ କଳସ ରେ  ପାଣି ଆଣି ଗାଁ ପରିକ୍ରମା କରି ମନ୍ଦିରରେ କଳସ ସ୍ଥାପନ କରିଥିଲେ।  କଳସ ଯାତ୍ରା ରେ ବିଭିନ୍ନ ସଂକୀର୍ତନ ଦଳ, ଘଣ୍ଟ ଦଳ,ବଜାସାଲ ଭଳି ବିଭିନ୍ନ ସଂକୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ମନ୍ଦିର ପ୍ରତିଷ୍ଠା ଉତ୍ସବକୁ  ବ୍ରାହ୍ମଣ ବାଘେମ୍ବର ସତପଥି ପୂଜାର୍ଚନା କରିଥିଲେ। ଅପରାହ୍ନ ସମୟରେ ଗାଁ ର ଝାଙ୍କର ଘରୁ ବୁଢାରଜା ଙ୍କ ପ୍ରତିମୂର୍ତ୍ତି ବୁଢାରଜା ମନ୍ଦିର କୁ ନେଇ ସ୍ଥାପନ କରାଯାଇଥିଲା।  ମନ୍ଦିର ସମ୍ମୁଖରେ ଶୁଭ ଖମ୍ବ ମଧ୍ୟ ସ୍ଥାପନ କରାଯାଇଥିଲା । ଗାଁ ର ଝାଙ୍କର ତ୍ରିଭୁବନ ମାଝୀ ବିଧିବଦ୍ଧ ଭାବରେ ପୂଜାର୍ଚନା କରିଥିଲେ।

ଏହି ଅବସରରେ ଗାଁ ଗୌନ୍ତିଆ ଶ୍ରୀକାନ୍ତ ମୁଣ୍ଡ, ଗ୍ରାମରକ୍ଷୀ ସୁଶାନ୍ତ ଧଙ୍ଗଡାମାଝୀ, ସତ୍ୟବାନ ନାଏକ, କିଶୋର ନାଏକ, ଧର୍ମପଦ ସୁନାନୀ, ଢଗ ନାଏକ, ବିମଲ କୁମାର ଧଙ୍ଗଡାମାଝୀ,ଜୀବନ୍ତ ମାଝୀ, ଭୁଜବଳ ହଂସ, ସମେତ ଅନେକ ଗ୍ରାମବାସୀ ସହଯୋଗ କରିଥିଲେ। ବୁଢାରଜା ପୂଜା ଉପଲକ୍ଷେ ଆସନ୍ତା ୧୦ ଓ ୧୧ ତାରିଖ ଘୁମୁରା ଓ ଡ୍ୟାନ୍ସ ପ୍ରତିଯୋଗିତା ଅନୁଷ୍ଠିତ ହେବ।