ସୁବର୍ଣ୍ଣପୁର ( ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ବଲଦାପାଲି ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ଦୀର୍ଘ ମାସ ହେଲା ଶିକ୍ଷକ ପଦବୀ ଖାଲି ରହିଥିଲା l କନିଷ୍ଠ ଶିକ୍ଷୟିତ୍ରୀ ଭାବରେ ଆଜି ଏହି ସ୍କୁଲ ରେ ସୁଶ୍ରୀ ଦୀପା ବିଶ୍ୱାଳ ଯୋଗଦାନ କରିଥିବାରୁ ତାଙ୍କୁ ବିଦ୍ୟାଳୟ ପରିଚାଳନା କମିଟି ଓ ଛାତ୍ର ଛାତ୍ରୀ ମାନଙ୍କ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି l

ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ବାସନ୍ତୀ ଦାସ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସ୍ୱାଗତ ଓ ସମ୍ବର୍ଦ୍ଧନା ରେ ପରିଚାଳନା କମିଟି ର ସଭାପତି କୋଶଳେଶ୍ୱର ଭୋଇ ମୁଖ୍ୟ ଅତିଥି, ଉପ ସଭାପତି ଅନିତା ଧରାଇ, ସାଗରପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଦେବ କିଶୋର ଦାନୀ ବକ୍ତା ଭାବରେ ଯୋଗ ଦେଇଥିଲେ l

ବିଦ୍ୟାଳୟ ରେ ଶୃଙ୍ଖଳା ର ଆବଶ୍ୟକତା ଓ ଶିକ୍ଷକ ଶ୍ରେଣୀ ଗୃହ ରେ ମନଯୋଗ ହୋଇ ଲକ୍ଷସ୍ଥଳରେ ଯତ୍ନବାନ ହେବା ଆବଶ୍ୟକ l ସୁକର୍ମ କରି ଶିକ୍ଷକ କିପରି ଭବିଷ୍ୟତରେ ସୁନାମ ଅର୍ଜନ କରିପାରିବ ଓ ସମାଜ ଗଠନ ରେ ସହାୟକ ହୋଇ ପାରିବେ ବୋଲି ଅତିଥି ମାନେ କହିଥିଲେ l ଶେଷରେ ବିଦ୍ୟାଳୟ ର ଛାତ୍ର କ୍ୟାବିନେଟ ମନ୍ତ୍ରୀ ମାନସୀ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ l