ହରଭଙ୍ଗା( ଚିତ୍ତରଞ୍ଜନ ସିଂହ ).ଧରା ପୃଷ୍ଠ ଅବତରଣ କରିଥିଲେ  ମା ଦଶଭୁଜା l ମହିଁଷା ମର୍ଦିନୀ ରୂପରେ ପ୍ରତି ପୂଜା ମଣ୍ଡପରେ ପୂଜା ପାଉଥିଲେ ମା l ଜଗତ ଜନନୀ ମା ଙ୍କ ଅବତରଣରେ ଚଳ ଚଞ୍ଚଳି ହୋଇପଡ଼ିଥିଲା ସବୁ ମଣ୍ଡପ ଓ ଦେବି ପୀଠ l ରାଜ୍ୟ ଓ ରାଜ୍ୟ ବାହାରେ ମା ଦଶଭୁଜା ଙ୍କ ପୂଜା ଚଳିତ ବର୍ଷ ଖୁବ ଧୂମଧାମ ରେ ପାଳିତ ହେଇଥିବା ବେଳେ ବୌଦ୍ଧ ଜିଲ୍ଲା ସମେତ ହରଭଙ୍ଗା ବ୍ଲକ ର ସମସ୍ତ ପୂଜା ମଣ୍ଡପରେ ମଧ୍ୟ ସୁ ଉଚ୍ଚ ତୋରଣ, ଆକର୍ଷଣୀୟ ସାଜସଜା, ନିପୁଣ କଳାରେ ମା ଙ୍କ ମୃଣୟ ପ୍ରତିମା ଦେଖିବାକୁ ମିଳିଥିଲା  l ପୂଜା ମଣ୍ଡପେ ଦଶହରା ପରେ  ସବୁ ପୂଜା ମଣ୍ଡପ ରେ ମା ଙ୍କୁ ଅଷ୍ଟମୀ ପୂଜା ଆରମ୍ଭ ହୋଇ ମହା ଦଶମୀ ବା ଦଶହରା ରେ ପୂଜା ମଣ୍ଡପ ରେ ଦଶହରା ପର୍ବ ପାଳନ କରାଯାଇଥିଲା  l

ବ୍ଲକ ର ସରସରା, ରାଧାନଗର, ଲୁଣିବାହାଲ, ପୁରୁଣାକଟକ, ତିଲେଶ୍ୱର, କୋଇଲିସୁତା, ରାମଗଡ, ପଲସପାଟ, ଉଆଁଳ, ଧଳପୁର, ଚାରିଛକ, ଆଡେଣି ଗଡ଼, ଛତ୍ରଙ୍ଗ, ହରଭଙ୍ଗା, ଭଗାମୁଣ୍ଡା, କୁସଙ୍ଗ ତଳଗାଁ ଆଦି ଗ୍ରାମର ଦୁର୍ଗା ପୂଜା ମଣ୍ଡପ ରେ ମା ଙ୍କ ମୃଣୟ ପ୍ରତିମା ପୂଜା ପାଇଥିଲେ  lତିଲେଶ୍ୱର ବଜାର କମିଟି ପକ୍ଷରୁ କରାଯାଇଥିବା ପୂଜା ମଣ୍ଡପ ଗୁମ୍ଫା ର ଭ୍ରମ ସୃଷ୍ଟି କରିଥିଲା  l ଅନ୍ୟ ପଟେ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପୂଜା କମିଟି କୁ ଶୃଙ୍ଖଳା ସହିତ ପୂଜା କରିବାପାଇଁ ନିର୍ଦେଶ ଦିଆଯାଇଥିଲା  l ସନ୍ଧ୍ୟା ରେ ପ୍ରତି ପୂଜା କମିଟି ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା l ପରେ ମା ପୂଜା ମଣ୍ଡପ ରୁ ବିଦାୟ ନେଇଥିଲେ  l