ବୌଦ୍ଧ –( ଚିତ୍ତରଞ୍ଜନ ସିଂହ ) ରାଜ୍ୟ ସ୍ତରୀୟ ତିରନ୍ଦାଜ ପ୍ରତିଯୋଗିତା ରେ ବାଜିମାତ କରିଛନ୍ତି ବୌଦ୍ଧ ର ଭାଇଭଉଣୀ l ସମ୍ବଲପୁର ଜିଲ୍ଲାର ଯୁଜୁମୁରା ହାଇସ୍କୁଲ ପଡ଼ିଆରେ ୯ ଅକ୍ଟୋବର ରୁ ୧୨ଅକ୍ଟୋବର ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ୨୫ ତମ ରାଜ୍ୟ ତିରନ୍ଦାଜ ପ୍ରତିଯୋଗିତାରେ ବୌଦ୍ଧର ଦୁଇ ଭାଇଭଉଣୀ ବାଜିମାତ ମାରିଛନ୍ତି । ଏହି ପ୍ରତିଯୋଗିତାରେ ୧୫ ବର୍ଷରୁ କମ ରିକର୍ଵ ରାଉଣ୍ଡରେ ଟେନିଶା ମେହେର ଦ୍ୱିତୀୟ ସ୍ଥାନ ଅଧିକାର କରିଥିବାବେଳେ ତାଙ୍କର ସାନଭାଇ ଦୁର୍ଗାଦତ୍ତ ମେହେର ମଧ୍ୟ ୧୫ ବର୍ଷରୁ କମ ଇଣ୍ଡିଆନ ରାଉଣ୍ଡରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି ।

ଟେନିଶା ମେହେର ସୁନ୍ଦରଗଡ ଜିଲ୍ଲାର ସରକାରୀ ଛାତ୍ରାବାସରେ ରହି କ୍ରୀଡ଼ାଅଭ୍ୟାସ କରୁଛନ୍ତି । ସେହିପରି ଦୁର୍ଗାଦତ୍ତ ମେହେର କେନ୍ଦୁଝର ଜିଲ୍ଲାର ଧରଣୀଧର କ୍ରୀଡ଼ା ଛାତ୍ରାବାସରେ ରହି କ୍ରୀଡ଼ାଅଭ୍ୟାସ କରୁଛନ୍ତି । ଉଭୟ ଭାଇଭଉଣୀ ବୌଦ୍ଧ ଜିଲ୍ଲା ବୁଟୁପାଲି ର ଯୁବ ସମାଜସେବୀ ଇନ୍ଦ୍ରମଣି ମେହେର ଓ ସନ୍ତୋଷିନୀ ମେହେରଙ୍କ ସୁପୁତ୍ର ଓ ସୁପୁତ୍ରୀ ଅଟନ୍ତି ।ଉଭୟ ଭାଇଭଉଣୀ ଙ୍କ ସଫଳତା ପାଇଁ ବିଭିନ୍ନ ମହଳରୁ ଶୁଭେଚ୍ଛା ର ସୁଅ ଛୁଟିଛି l