ବେଲଗୁଣ୍ଠା ୧୫/୧୦ ବେଲଗୁଣ୍ଠା ସେକ୍ସନ ମାଟିଆସାହି ଗାଁ ରେ ଗତକାଲି ରାତିରେ ବାରହା ପଲ୍ଲ ଧାନକ୍ଷେତ ରେ ପଶି ଚାଷୀ ଡି ପୁନିଆଁ ପ୍ରଧାନ ଙ୍କ ଫସଲ ନଷ୍ଟ କରିଥିବା ଅଭିଯୋଗ କରିଛନ୍ତି । ବନବିଭାଗ ବାରହା ଘଉଡାଇବା ପାଇଁ କୌଣସି ପଦକ୍ଷେପ ନେଉନଥିବା ସେମାନେ ଜଣାଇଛନ୍ତି । ନିଜ କ୍ଷେତ କୁ ବାରହା ପଲଙ୍କ ଦାଉରୁ ରକ୍ଷା କରିବା ପାଇଁ ରାତିରେ ଥାଳିଆ ବାଡେଇ ଶବ୍ଦ କରିବା, ବାଣ ଫୁଟାଇବା , ଏପରିକି ଲମ୍ବା ତାର ପକାଇ କ୍ଷେତରେ ବିଦ୍ୟୁତ ବଲବ ଲଗାଇ ବାରହା କବଳ ରୁ ନିଜ ଫସଲ କୁ ବଞ୍ଚାଇବା ପାଇଁ ସମ୍ପୂର୍ଣ୍ଣ ପରିବାର ଲାଗିପଡିଛନ୍ତି ।

ଗତ ଏକ ମାସହେଲା ଧାନ ପୁଡା ଧରିବା ପୂର୍ବରୁ ବରହା ମାନେ ଉତ୍ପାତ ଆରମ୍ଭ କରିଦେଇଛନ୍ତି । ବନ ବିଭାଗକୁ ଏ ସମ୍ପର୍କରେ ଜଣାଇଥିଲେ ମଧ୍ୟ ଘଟଣାକୁ ବିଭାଗ କର୍ଣ୍ଣପାତ କରୁନାହିଁ । କ୍ଷତିପୂରଣ ମଧ୍ୟ ସଠିକ ଭାବେ ମିଳୁନଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି । ହଜାର ହଜାର ଟଙ୍କା ଖର୍ଚ୍ଚ କରି ନିଜ କ୍ଷେତରେ ଫଳାଇଥିବା ସୁନାର ଫସଲ ଏବେ ଜଙ୍ଗଲୀ ଜନ୍ତୁଙ୍କ ମୁଂହରେ ଯାଉଛି । ଏହା ଚାଷୀଙ୍କୁ ଖୁବ କଷ୍ଟ ଦେଉଥିବା କୁହାଯାଇଛି । ବିଭାଗ ଏଥିପ୍ରତି ନଜର ଦେବାକୁ ଦାବି ହୋଇଛି ।