ବୌଦ୍ଧ =( ଚିତ୍ତରଞ୍ଜନ ସିଂହ )ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବ ଓଡ଼ିଶାର ନିର୍ମାତା ନବୀନ ପଟନାୟକଙ୍କ 78ତମ ଜନ୍ମ ଦିବସ ଅବସରରେ ସମଗ୍ର ଓଡ଼ିଶାରେ ଆଜି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି କ୍ରମରେ ବୌଦ୍ଧ ବିଜୁ ଜନତାଦଳ ପକ୍ଷରୁ ସ୍ଥାନୀୟ ରେଡ଼କ୍ରସ ରକ୍ତଭଣ୍ଡାର ଠାରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି

l ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ଅମାତ ଏନଏସି ଅଧକ୍ଷ ମୃତ୍ୟଞ୍ଜୟ ମିଶ୍ର ବିସିସିବି ସଭାପତି ଅରୁଣ ପ୍ରଧାନ ଉପନଗରପାଳ ସୁଭାଷିନୀ ସେଠି ଯୁବନେତା ଅବକାଶ ସାହୁ ଅଶ୍ୱିନୀ ପ୍ରଧାନ ପ୍ରମୁଖଙ୍କ ଉପସ୍ଥିତରେ ଆୟୋଜିତ ଏହି ରକ୍ତଦାନ ଶିବିରରେ ଏକାବନ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା l କାହାରିକୁ ରକ୍ତ ଅଭାବରେ ମାରିବାକୁ ନଦେବାକୁ ଏବଂ ଏଭଳି ଅଭିଯାନକୁ ଆଗକୁ ଆଗେଇ ନେଇ ବୌଦ୍ଧରେ ଦେଖାଯାଇଥିବା ରକ୍ତଅଭାବକୁ ଦୂର କରି ଲୋକଙ୍କ ସାଥିରେ ରହି ଲୋକଙ୍କର ସେବା କରିବାପାଇଁ ଉପସ୍ଥିତ ରକ୍ତଦାତା ମାନଙ୍କୁ ଶ୍ରୀଯୁକ୍ତ ପ୍ରଦୀପ କୁମାର ଅମାତ ଓ ମୃତ୍ୟଞ୍ଜୟ ମିଶ୍ର ଆହ୍ୱାନ ଦେଇଥିଲେ l