ହରଭଙ୍ଗା ( ଚିତ୍ତରଞ୍ଜନ ସିଂହ ) ବୌଦ୍ଧ ଜିଲ୍ଲା ପୁରୁଣାକଟକ କ୍ଷୁଦ୍ରଜଳ ସେଚନ ଅନ୍ତର୍ଗତ ଘୁମୁକୁଡି ଡ୍ୟାମ ଉପରେ ନିର୍ଭର କରୁଥିବା ଗ୍ରାମ ଗୁଡିକ ର ଚାଷୀ ମାନେ ବିଲ ରେ ପାଣି ପାଇ ପାରୁନଥିବାରୁ ବାଧ୍ୟ୍ୟ ହୋଇ ଗ୍ରାମ୍ୟ ରାସ୍ତା କୁ ବୁଧବାର ଦିନ ରୋକ କରି ଥିବା ଦେଖିବାକୁ ମିଳିଥିଲା l ସୂଚନା ଅନୁଯାଇ ଛତ୍ରଙ୍ଗ ପଞ୍ଚାୟତ ଧୂଙ୍ଗିଆମୁଣ୍ଡା ଠାରେ ଥିବା ଘୁମକୁଡି ଡ୍ୟାମ ରୁ ଆସୁଥିବା ପାଣି ଅଞ୍ଚଳ ର ଅନେକ ଗ୍ରାମର ଚାଷୀ ପାଣି ଉପରେ ନିର୍ଭର କରନ୍ତି l କିନ୍ତୁ ଧୂଙ୍ଗିଆ ମୁଣ୍ଡା ଓ ଗୁଣ୍ଡୁରୀସାହି ଗ୍ରାମର ଚାଷୀ ମାନେ ତଳମୁଣ୍ଡ ଗ୍ରାମ ଗୁଡିକ ର ଚାଷୀଙ୍କୁ ପାଣି ଛାଡୁନଥିବାରୁ ପାଣି ପାଇବା ରୁ ବଞ୍ଚିତ ଥିବା ଚାଷୀଙ୍କ ଭିତରେ ଅସନ୍ତୋଷ ବୃଦ୍ଧି ପାଇଥିଲା l

ଯାହାକି ବାଧ୍ୟ୍ୟ ହୋଇ ଚାଷୀ ମାନେ ଧୂଙ୍ଗିଆମୁଣ୍ଡା ଛତ୍ରଙ୍ଗ ରାସ୍ତା କୁ ଅବରୋଧ କରିଥିଲେ l ଉପର ମୁଣ୍ଡ ଗ୍ରାମ ଲୋକଙ୍କୁ ଯିବାକୁ ଛାଡି ନଥିଲେ l ପରେ ଖବର ପାଇ ଘଟଣା ସ୍ଥଳ ରେ ପୁରୁଣା କଟକ କ୍ଷୁଦ୍ର ଜଳ ସେଚନ ଅଧିକାରୀ ବିଭୁତି ମାଝୀ ପହଁଚି ଚାଷୀଙ୍କୁ ବୁଝାସୁଝା କରିବା ସହ ରାସ୍ତା ଅବରୋଧ ହଟାଇ ଥିଲେ l ଏପରିକି ଉଭୟ ଗ୍ରାମର ଚାଷୀଙ୍କୁ ଡାକି ନିଜ ନିଜ ଭିତରେ ସମ୍ପର୍କ ରଖି ପାଣି ନେବାକୁ ପରାମର୍ଶ ଦେଇଥିବା ଜଣାପଡିଛି l ଏସମ୍ପର୍କ ରେ ଏସଡି ଓ ବିଭୁତି ମାଝୀ ଙ୍କୁ ପଚାରିବାରୁ ଯେ ଉକ୍ତ ସମସ୍ୟା ରେ କ୍ଷୁଦ୍ରଜଳ ସେଚନ ବିଭାଗର କୌଣସି ଭୂମିକା ନାଇଁ, ସେଇଠି ପାଣି ପଞ୍ଚାୟତ ମଧ୍ୟ୍ୟ ଗଠନ ହୋଇ ନାଇଁ l

ଡ୍ୟାମ ରୁ ଆସୁଥିବା ପାଣୀକୁ ସମସ୍ତେ ଭାଗବାଣ୍ଟି ନେବା ଆବଶ୍ୟକ ରହିଛି l ଉକ୍ତ ଗ୍ରାମ ଗୁଡିକ ଚାଷୀ ଙ୍କ ନିଜ ନିଜ ଭିତରେ ବୁଝାମଣା ଅଭାବ ହେତୁ ଏଭଳି ସମସ୍ୟା ଦେଖାଯାଇଥିଲା l ଏବଂ କେନାଲ ର ମଧ୍ୟ କେତେକ ସ୍ଥାନ ରେ ମରାମତି ଓ ଦଳ ସଫା କରିବାକୁ ନିର୍ଦେଶ ଦିଆଯାଇଛି ବୋଲି କହିଥିଲେ l ଅନ୍ୟପଟେ ଯଦି ଆଗାମୀ ଦିନ ରେ ପାଣି ପାଇଁ କୌଣସି ସମସ୍ୟା ଦେଖାଯାଏ ଙ୍ଗୁରକୁପା, ଶାରତା ଗାଡୁ, ତ୍ରିଲୋଚନ ପୂର୍ଗୁ,ଣ୍ଡୁରି ସାହି,ନେଡି ସାହି,ଝାର ଖମନ୍, ଗ୍ରାମର ଚାଷୀ ଅଭିମନ୍ୟୁ ବେହେରା, ଲମ୍ବୋଦର ପ୍ରଧାନ,ମାଧବ ବେହେରା,ଶେଷଦେବ ବେହେରା,କୁଳମଣି ବେହେରା, ସହଦେବ ବେହେରା କୃଷ୍ଣ ଚନ୍ଦ୍ର ପ୍ରଧାନ ,ପ୍ରମୁଖ ଅଞ୍ଚଳର ଚାଷୀ ଏକତ୍ରିତ ହୋଇ କ୍ଷୁଦ୍ର ଜଳ ସେଚନ ଅଫିସ ଘେରାଉ କରିବୁ ବୋଲି ଚେତାବନୀ ଦେଇଛନ୍ତି l