ଧର୍ମଗଡ଼ ତା ୧୮/୧୦/୨୪(ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଗୋଡ଼ଭଞ୍ଜା ଗୋଳେଇ ଛକ ନିକଟରେ ମହାନ ସମାଜ ସୁଧାରକ, ବହୁଜନ ମସିହା,ମହାତ୍ମା ଜ୍ୟୋତିବା ରାଓ ଫୁଲେ ଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଓ ଜାଗା ପ୍ରଦାନ ନିମନ୍ତେ ଶୁକ୍ରବାର ଏସସି, ଏସଟି, ଓବିଶି ମିଳିତ ମହାସଂଘ ର କର୍ମକର୍ତ୍ତା ଧର୍ମଗଡ ଉପଜିଲ୍ଲାପାଳ କାର୍ଯ୍ୟାଳୟ ର ଦ୍ୱାରସ୍ତ ହୋଇ ଉପଜିଲ୍ଲାପାଳ ଧିମାନ ଚୋକମା ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।

ଦାବିପତ୍ର ପ୍ରଦାନ ସମୟରେ ଜିଲ୍ଲା ଯାଦବ ମହାସଭା ପୂର୍ବତନ ସଭାପତି ଡମ୍ବରୁଧର ଲହଜଳ ଙ୍କ ଆହ୍ୱାନ କ୍ରମେ ସରପଞ୍ଚ ସଙ୍ଘ ସଭାପତି ହାତୀରାମ ଦୁର୍ଗା, ଜିଲ୍ଲାପରିଷଦ ସଭ୍ୟ ଗୋପୀନାଥ ମହାନନ୍ଦ,ବ୍ରାହ୍ମଣ ଛେଣ୍ଡିଆ ସରପଞ୍ଚ ମନୋଜ ନାଏକ, ଗଡିଆଯୋର ସରପଞ୍ଚ ଉଦିତ କୁମାର ନାଏକ, ତେଣ୍ଡାପାଲି ସରପଞ୍ଚ ଗୌଲୋଚନ ଗୋପାଳ ବଗାଡ଼ ସରପଞ୍ଚ ପ୍ରତିନିଧି ଜଗଦୀଶ ଚନ୍ଦ୍ର ଗଉଡ଼,ଢଗ ନାଏକ, ଡାକେ ଲହଜଳ, ରତନ ନାଏକ, କ୍ଷେତ୍ର ମୋହନ ସତନାମୀ, କବିରାଜ ଦୁର୍ଗା, କ୍ଷୀରମୋହନ ପଟେଲ, ରାଜେନ୍ଦ୍ର ଭୋଇ,ଦୟାନିଧି ମାଝୀ, ଗୁନ ଶବର ପ୍ରମୁଖ ଉପସ୍ଥିତ ଥିଲେ।