ଭୁବନେଶ୍ଵର: ୨୩ ତାରିଖ ସୁଦ୍ଧା ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ବାତ୍ୟା। ଏ ନେଇ ଜନସାଧାରଣଙ୍କୁ ସତର୍କ ସୂଚନା ଜାରି କରାଯାଇଛି। ଆଗାମୀ ୨୪ ଘଣ୍ଟାରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ। ଅଧିକ ଘନୀଭୂତ ହୋଇ ଅବପାତ ହେବ।ଏଣେ ୨୪ ତାରିଖ ସକାଳ ସୁଦ୍ଧା ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଛୁଇଁବା ଅତିକ୍ରମ କରିବାର ସମ୍ଭାବନା ରହିଛି। ଏଣେ ୨୫ ତାରିଖରେ  ଏନେଇ ଆଗୁଆ ସତର୍କ କରାଇଲେ ଏସ୍ଆର୍ସି।

ବର୍ତ୍ତମାନ କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟିି ହେବ। ୨୨ ତାରିଖରେ ଏହା ଘନୀଭୂତ ହୋଇ ଡିପ୍ରେସନ୍ ରେ ପରିଣତ ହେବ। ୨୩ ତାରିଖ ସକାଳେ ଅବପାତ ଅଧିକ ଘନୀଭୂତ ହୋଇ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟାର ରୂପ ନେଇପାରେ। ଏହାପରେ ଉତ୍ତର ପଶ୍ଚିମ ଦିଗରେ ଗତି କରିବ ସମ୍ଭାବ୍ୟ ବାତ୍ୟା। ୨୪ ତାରିଖ ସକାଳେ  ଓଡିଶା-ପଶ୍ଚିମବଙ୍ଗ ଉପକୂଳ ଛୁଇଁବା ସମ୍ଭାବନା ରହିଛି। ଏ ନେଇ ଆଇଏମଡି ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।