ଭୁବନେଶ୍ବର: ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ଆଣ୍ଡାମାନ ସାଗରରେ ସାମୁଦ୍ରିକ ବାତ୍ୟା ‘ଦାନା’ ସୃଷ୍ଟି ହୋଇଛି।  ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦେଶିକା ମନୋରମା ମହାନ୍ତି କହିଛନ୍ତି, ବର୍ତ୍ତମାନ ଏହା ପାରାଦୀପଠାରୁ ୪୬୦ କିଲୋମିଟର ଦକ୍ଷିଣ-ପୂର୍ବରେ ଏବଂ ଧାମରାଠାରୁ ୪୯୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପୂର୍ବ ଏବଂ ସାଗର ଦ୍ୱୀପଠାରୁ ୫୪୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପୂର୍ବରେ କେନ୍ଦ୍ରୀଭୂତ ରହିଛି। ଏହା ୨୪ ତାରିଖ (ଗୁରୁବାର) ସକାଳ ସୁଦ୍ଧା ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଭୀଷଣ ସାମୁଦ୍ରିକ ଝଡ଼ରେ ପରିଣତ ହେବ। ଅକ୍ଟୋବର ୨୪ ତାରିଖ ରାତିରୁ ୨୫ ତାରିଖ ସକାଳ ପର୍ଯ୍ୟନ୍ତ ପୁରୀ ଓ ସାଗର ଦ୍ୱୀପ ନିକଟରେ ପୁରୀ ଓ ସାଗର ଦ୍ୱୀପ ମଧ୍ୟରେ ଭୀଷଣ ସାମୁଦ୍ରିକ ଝଡ଼ ଭାବେ ଗତି କରି ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ପବନର ବେଗ ଘଣ୍ଟା ପ୍ରତି ୧୦୦ରୁ ୧୧୦ କିଲୋମିଟର ରହିବ ଏବଂ ଘଣ୍ଟାପ୍ରତି ୧୨୦ କିଲୋମିଟର ବେଗରେ ପବନ ବହିବ।

ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୧୦ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଛନ୍ତି। ଏବେସୁଦ୍ଧା ବାତ୍ୟା ପ୍ରଭାବିତ ହେବାକୁ ଥିବା ୧୪ଟି ଜିଲ୍ଲାରେ ୫୧ଟି ଓଡ୍ରାଫ ଟିମ୍‌, ୧୭୮ଟି ଅଗ୍ନିଶମ ବାହିନୀ ଟିମ, ୨୦ଟି ଏନଡିଆରଏଫ ଟିମ୍ ମୁତୟନ କରାଯାଇଛି। ଆବଶ୍ୟକ ପଡ଼ିଲେ ଅତିରିକ୍ତ ଉଦ୍ଧାରକାରୀ ଟିମ୍‌ ମୁତୟନ କରାଯିବ। 

ବର୍ତ୍ତମାନ ପାରାଦୀପ ଠାରୁ ୪୬୦ କିଲୋମିଟର ଦକ୍ଷିଣ ପୂର୍ବ ଦିଗରେ ରହିଥିବା ବେଳେ ଧାମରା ଠାରୁ ୪୯୦ କିଲୋମିଟର ଦକ୍ଷିଣ ଦକ୍ଷିଣ ପୂର୍ବରେ ରହିଛି  ସେହିଭଳି ସାଗର ଦୀପରୁ ୫୪୦ କିଲୋମିଟର ଦୂରରେ ରହିଛି ବାତ୍ୟା  ବର୍ତ୍ତମାନ ପାରାଦୀପ ଡପଲର ରାଡାରରେ ବାତ୍ୟାକୁ ନିରୀକ୍ଷଣ କରୁଛି ଆଇଏମଡି । ଆସନ୍ତା କାଲି ସୁଦ୍ଧା ବାତ୍ୟା ଭୀଷଣ ବାତ୍ୟାର ରୂପ ନେଇ ସ୍ଥଳଭାଗ ଛୁଇଁବ । ୨୪ ତାରିଖ ରାତିରୁ ୨୫ ତାରିଖ ସକାଳ ମଧ୍ୟରେ ଲ୍ୟାଣ୍ଡଫଲ କରିବ । ଲ୍ୟାଣ୍ଡଫଲ ସମୟରେ ଘଣ୍ଟାପ୍ରତି ୧୦୦ ରୁ ୧୧୦ କିଲୋମିଟର ବେଗରେ ବହିବ ପବନ । ଝଟକା ପବନ ୧୨୦ କିଲୋମିଟର ପର୍ଯ୍ୟନ୍ତ ଯାଇପାରେ ।