ଧର୍ମଗଡ଼ ତା ୨୫/୧୦(ହେମନ୍ତ କୁମାର ମାଝୀ) କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ର ଦୁଇ ପୂର୍ବତନ ଛାତ୍ର ଶ୍ରୀଯୁକ୍ତ ସିଦ୍ଧାର୍ଥ ପଣ୍ଡା ଓ ଶମ୍ଭୁ ପ୍ରସାଦ ନାଏକ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍) ପରିକ୍ଷାରେ ହାସଲ କରିଥିବାରୁ ବିଦ୍ୟାଳୟ ପକ୍ଷରୁ ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ କୁଞ୍ଜବିହାରୀ ଦାଶ ଙ୍କ ଅଧ୍ୟକ୍ଷତା ରେ ସ୍ଥାନିୟ ଶିଶୁ ବିଦ୍ୟାମନ୍ଦିର ଠାରେ ଦୁଇ ଛାତ୍ର ଶ୍ରୀ ସିଦ୍ଧାର୍ଥ ପଣ୍ଡା ଓ ଶ୍ରୀ ଶମ୍ଭୁ ପ୍ରସାଦ ନାଏକ ଙ୍କୁ ସମ୍ଵନ୍ଧନା ଦିଆଯାଇଥିଲା।

ଉକ୍ତ ସମ୍ଵନ୍ଧନା ଉତ୍ସଵ ରେ ମୁଖ୍ୟ ଅତିଥି ଭାବରେ ଓଡ଼ିଶା ଶିକ୍ଷା ବିକାଶ ସମିତି କଳାହାଣ୍ଡି ଶାଖା ନିରିକ୍ଷକ ଶ୍ରୀଯୁକ୍ତ ବିପିନ ବିହାରୀ ମିଶ୍ର ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବରେ ବିଦ୍ୟାଳୟ ସମ୍ପାଦକ ଶ୍ରୀଯୁକ୍ତ ସାଇ ଗୋପାଳ ସାହୁ ଯୋଗ ଦେଇଥିଲେ।

କୃତି ଛାତ୍ର ଦ୍ବୟ ସଫଳତାର ମୂଳ ଚାବି କାଠି ଧର୍ମଗଡ଼ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ସମସ୍ତ ଗୁରୁଜୀ ଓ ଗୁରୁମା ଙ୍କ ସହଯୋଗ ଓ ପିତାମାତା ଙ୍କ ଆଶିର୍ବାଦ ର ଫଳ ବୋଳି ଉଭୟ ଛାତ୍ର ମନ୍ତବ୍ୟ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟ ର ଗୁରୁଜୀ ଦିବ୍ୟ ରଞ୍ଜନ ମୁଣ୍ଡ ପରିଚାଳନା କରିଥିବା ବେଳେ ଗୁରୁଜୀ ଜନାର୍ଦ୍ଦନ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ସମସ୍ତ ଗୁରୁଜୀ ଓ ଗୁରୁମା ଉପସ୍ଥିତ ରହି ଉକ୍ତ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ।