ମୁନିଗୁଡ଼ା: ୨୪।୧୦(ରମାକାନ୍ତ ପଢ଼ାଲ)ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକରେ ନୂତନ ବିଡିଓଙ୍କୁ ମୁନିଗୁଡା କଂଗ୍ରେସ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି। ପୂର୍ବରୁ ମୁନିଗୁଡ଼ା ବ୍ଲକରେ ବିଡ଼ିଓ ଭାବେ ପ୍ରିତମ କୁମାର ତନ୍ତିଙ୍କର ମୁନିଗୁଡ଼ା ବ୍ଲକରୁ ରେଙ୍ଗାଲି ବ୍ଲକକୁ ବଦଳି ହୋଇଛି। ତାଙ୍କ ସ୍ଥାନରେ ବିଡ଼ିଓ ଭାବେ କୃଷ୍ଟଚନ୍ଦ୍ର ଦଳପତି କାର୍ଯ୍ୟାଳୟରେ ଦାୟିତ୍ୱ ଗ୍ରହଣ କରିବା ସହିତ ବ୍ଲକ୍ କାର୍ଯ୍ୟାଳୟ କର୍ମଚାରୀ ମାନଙ୍କ ସହିତ ସୌଜନ୍ୟ ମୂଳକ ସାକ୍ଷାତ କରିଥିଲେ।

ପରେ ବିଭିନ୍ନ ସଙ୍ଗଠନ ପକ୍ଷରୁ ଶ୍ରୀ ଦଳପତିଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିବା ବେଳେ ଆଜି ମୁନିଗୁଡ଼ା କଂଗ୍ରେସ ତରଫରୁ ବ୍ଲକ କଂଗ୍ରେସ ସଭାପତି ନୀଳାମ୍ବର ବିଭାର ଓ ସାଂସଦ ପ୍ରତିନିଧି ରଜନୀ କାନ୍ତ ପୋଡାଲଙ୍କ ନେତୃତ୍ୱରେ ଯୁବ ନେତା ଦିନେଶ ନାୟକ, ବାଦଲ ବେହେରା, ମଦନ ଲାଲ୍, ଲମ୍ବୋଦର ପିଡିକାକା, ମୁନିଗୁଡା ସରପଞ୍ଚ ସରସ୍ଵତୀ ଶବର ପ୍ରମୁଖ ବିଡ଼ିଓଙ୍କ କାର୍ଯ୍ୟାଳୟରେ ପହଞ୍ଚି ନୂତନ ବିଡ଼ିଓ ଶ୍ରୀଯୁକ୍ତ ଦଳପତିଙ୍କୁ ମୁନିଗୁଡ଼ା ଅଞ୍ଚଳ ତଥା ମୁନିଗୁଡା କଂଗ୍ରେସ ପକ୍ଷରୁ ସ୍ବାଗତ ଜଣାଇବା ସହ ନୂତନ ବିଡ଼ିଓଙ୍କ କାର୍ଯ୍ୟକାଳରେ ମୁନିଗୁଡ଼ା ଅଞ୍ଚଳର ସର୍ବାଙ୍ଗୀନ ଉନ୍ନୟନ କାମନା କରିବା ସହିତ ଗରିବ ଜନସାଧାରଣଙ୍କୁ ପ୍ରତି କ୍ଷେତ୍ରରେ ସହାୟତା ଯୋଗାଇଦେବା ପାଇଁ କଂଗ୍ରେସ ନେତୃମଣ୍ଡଳୀ ଆଶାବ୍ୟକ୍ତ କରିଥିଲେ।ମୁନିଗୁଡ଼ା ବିଡ଼ିଓ ଶ୍ରୀଯୁକ୍ତ ଦଳପତି ସଭିଙ୍କ ସହଯୋଗ କାମନା କରିବା ସହିତ ଉନ୍ନୟନକୁ ପ୍ରାଥମିକତା ଦେଇ କାର୍ଯ୍ୟ ଆଗକୁ ଜାରି ରହିବ ବୋଲି କହିଥିଲେ।