ସମୁଦାୟ ୮୬ ଅଭିଯୋଗ ପଞ୍ଜିକୃତ
ହରଭଙ୍ଗା (ଚିତ୍ତରଞ୍ଜନ ସିଂହ) ହରଭଙ୍ଗା ବ୍ଲକ ବଣ ପାହାଡ଼ ଘେରା ଉପାନ୍ତ ଅଂଚଳ ମହାଲିକ ପଡ଼ା ପଞ୍ଚାୟତ ପରିସରରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଯୁଗ୍ନ ଅଭିଯୋଗ ଜନ ଶୁଣାଣି କାର୍ଯ୍ୟକ୍ରମ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି। ଶିବିରରେ ଉପ ଜିଲ୍ଲାପାଳ ପ୍ରଭାସ ଚନ୍ଦ୍ର ଦଣ୍ଡସେନା , ହରଭଙ୍ଗା ବିଡ଼ିଓ ଶରତ କୁମାର ସେଠି, ଅତିରିକ୍ତ ତହସିଲଦାର ସମ୍ବିତ ସାମଲ , ହରଭଙ୍ଗା ବ୍ଲକ ଉପାଧ୍ୟକ୍ଷ କାହ୍ନୁ ଚରଣ ନାଥ ଉପସ୍ଥିତି ରହି ବ୍ଲକ ର ବିଭିନ୍ନ ପ୍ରାନ୍ତ ରୁ ଆସିଥିବା ଅଭିଯୋଗ କୁ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ କରିଥିଲେ ।ସମୁଦାୟ 86ଗୋଟି ଅଭିଯୋଗ ପଞ୍ଜିକୃତ ହୋଇଥିବା ବେଳେ ସେଥିମଧ୍ୟରୁ ବ୍ୟକ୍ତିଗତ ୭୮ ଓ ସାମୁହିକ 7ଗୋଟି ଅଭିଯୋଗ ଆସିଥିଲା l
ଜଣେ ଭିନ୍ନକ୍ଷମ ଙ୍କୁ ଟ୍ରାଏ ସାଇକେଲ ଦିଆଯାଇଥିଲା । ଅନ୍ୟପଟେ ଶିବିର ପରିସର ଭିତରେ ଅଭିଯୋଗ କରି ଆସୁଥିବା ବାୟସାଧିକ ଅଭିଯୋଗ କାରୀଙ୍କ ଙ୍କ ସୁବିଧା ଦୃଷ୍ଟି ରୁ ଆୟୁଷ୍ମାନ ଆରୋଗ୍ୟ ଶିବିର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଆଡେଣିଗଡ଼ ପକ୍ଷରୁ ଦେୟ ମୁକ୍ତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଇଥିଲା । ଏହି ଶିବିରରେ ବ୍ଲକ ଓ ଜିଲ୍ଲା ସ୍ତରୀୟ ସମସ୍ତ ବିଭାଗୀୟ ଅଧିକାରୀ ସ୍ଥାନୀୟ ସରପଞ୍ଚ, ନାଏବ ସରପଞ୍ଚ, ହରଭଙ୍ଗା ଥାନା ପୋଲିସ ଉପସ୍ଥିତ ରହିଥିଲେ।