ହରଭଙ୍ଗା:  (ଚିତ୍ତରଞ୍ଜନସିଂ)-ସଫଳ ହୋଇଛି ରେଳବିଭାଗ ର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ ପ୍ରକ୍ରିୟା । ।ଆଉ ମାତ୍ର କିଛି ଦିନର ଅପେକ୍ଷା । ରେଳମନ୍ତ୍ରାଳୟ ରୁ ଅନୁମତି ମିଳିବା ପରେ ବୋୖଦ୍ଧ କୁ ଗଡ଼ିବ ରେଳ ଗାଡି । ଏଥିପାଇଁ ପୂର୍ଵତଟ ରେଳବାଇ ବିଭାଗ ର CRS (କମିସନର ଅଫ ସେପ୍ଟି) ପକ୍ଷରୁ ସେପ୍ଟି କମିଶନର ଆସି ସମସ୍ତ ସୁରକ୍ଷାବ୍ୟବସ୍ଥା ଯାଞ୍ଚ କରାଯାଇଥିବା ସହ ସରିଛି ପାଶେଞ୍ଜର ଟ୍ରେନ ର ସ୍ପିଡ଼ ଟ୍ରାଏଲ ରନ । ଘଣ୍ଟା ପ୍ରତି ୧୧୦Km/H ବେଗରେ ରେଳ ଟ୍ରାକ ରେ ଗଡ଼ିଛି ରେଳଗାଡି । ଟ୍ରେନ ରେ ବସି ବୌଦ୍ଧ ରୁ ବଲାଙ୍ଗୀର ଯାତ୍ରା କରିଛନ୍ତି ସେପ୍ଟି କମିଶନର ।

କାଲି ଠାରୁ CRS ଆସି ସୁବର୍ଣ୍ଣପୁର ଷ୍ଟେସନ ଠାରୁ ବୌଦ୍ଧ ଜିଲ୍ଲାର ଝାରମୁଣ୍ଡା ଓ ପରେ ବୌଦ୍ଧ ଷ୍ଟେସନ ମଧ୍ୟ ରେ ଥିବା ରେଳ ଧାରଣା ଓ ବ୍ରିଜର ସମସ୍ତ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଥିଲେ । ଆଜି ଅପରାହ୍ନ ରେ ଯାଞ୍ଚ ପ୍ରକ୍ରିୟା ସାରିଥିବା ବେଳେ ସମସ୍ତ ଅଧିକାରୀ ସମ୍ବଲପୁର ଫେରି ଯାଇଛନ୍ତି । ଅନ୍ୟପଟେ ଖୁବଶୀଘ୍ର ରେଳ ମନ୍ତ୍ରାଳୟ ରୁ ଗ୍ରୀନ ସିଗ୍ନାଲ ମିଳିବା ପରେ ବୌଦ୍ଧ କୁ ରେଳ ଗଡ଼ିବ ବୋଲି ପୂର୍ବତଟ ରେଳ ବିଭାଗ ସିଇଓ ଏଜି ଶ୍ରୀନିବାସ କହିଛି । ଅନ୍ୟପଟେ ବୋୖଦ୍ଧ ଷ୍ଟେସନ ରେ ପାଶେଞ୍ଜର ଟ୍ରେନ ଦେଖିବା ପାଇଁ ଷ୍ଟେସନ ରେ ଭିଡ ଦେଖିବାକୁ ମିଳିଥିଲା । ସେପଟେ ଖୁବଶୀଘ୍ର ରେଳ ବୌଦ୍ଧ କୁ ଗଡ଼ିବା ସହ ଏକ ସତନ୍ତ୍ର ଟ୍ରେନ ରାୟପୁର ଓ ବିଶାଖାପାଟଣା କୁ ଗଡ଼ିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।