କାଶୀପୁର : (ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ର ଦୁଇ ଯୁବ ସମାଜସେବୀ ଶିବରାମ ନାଏକ ଓ ଭଗବାନ ମାଝି ଙ୍କୁ ଅଞ୍ଚଳରେ ତାଙ୍କ ଅତୁଳନୀୟ ସମାଜସେବା ପାଇଁ ସମତା ସ୍ୱରାଜ ପକ୍ଷରୁ ୭୫ ବର୍ଷ ପୂର୍ତ୍ତି ଅବସରରେ ଆଜି ୨୦୨୪ ପାଇଁ ସମ୍ମାନିତ କରାଯାଇଛି ।
ସୂଚନା ପ୍ରକାରେ ଭୁବନେଶ୍ୱର ସ୍ଥିତ ଲୋହିୟା ଏକାଡେମୀ ରେ ଦୁଇଦିନ ଧରି ଅନୁଷ୍ଠିତ ଉକ୍ତ ଏହି ସମ୍ମିଳନୀକୁ ବିଶିଷ୍ଟ ସର୍ବୋଦୟ ନେତ୍ରୀ ଶ୍ରୀମତୀ କୃଷ୍ଣା ମହାନ୍ତି ଉଦଘାଟନ କରିଥିଲେ। ପୁଣି କାର୍ଯ୍ୟକ୍ରମ କୁ ୟୁସୁଫ ମେହେର ଆଲୀ ସଂସ୍ଥା ପକ୍ଷରୁ ସମ୍ପୂର୍ଣ୍ଣ ଭାବେ ପରିଚାଳନା କରିଥିବା ବେଳେ କାର୍ଯ୍ୟକ୍ରମ ରେ ଅନ୍ୟ ମଧ୍ୟରୁ ଦେଶ ର ବିଭିନ୍ନ କୋଣ ପାରଦର୍ଶିତା ସହ ସଂଘର୍ଷ ଚଳାଇଥିବା କେତେକ ଅନୁଷ୍ଠାନ ମଧ୍ୟରୁ ୟୁସୁଫ ମେହେର ଅଲ୍ଲୀ ସେଣ୍ଟର ପକ୍ଷରୁ ସୁଧୀର ପଟ୍ଟନାୟକ, ମାନସ ପଟ୍ଟନାୟକ , ସମଦୃଷ୍ଟି ସମ୍ପାଦକ ,ବିଶ୍ବପ୍ରିୟ କାନୁନଗୋ, ମାନବାଧିକାର କର୍ମୀ ପ୍ରଫୁଲ୍ଲ ସାମନ୍ତରା ,ବିଶିଷ୍ଟ ପରିବେଶବିତ ଡଃ ବିଶ୍ଵଜିତ ,ରାଷ୍ଟ୍ରିୟ ସଂଯୋଜକ, ସର୍ବୋଦୟ ଆନ୍ଦୋଳନ ସମିତି ,ବରିଷ୍ଠ ସାମ୍ବାଦିକରବି ଦାସ ଭଳି ସମାଜସେବୀ ଯୋଗ ଥିଲେ ।
ଦୁଇଦିନିଆ କାର୍ଯ୍ୟକ୍ରମ ରେ ଅନ୍ୟ ମୁଖ୍ୟ ପ୍ରସଙ୍ଗ ମଧ୍ୟରୁ ସ୍ୱାଧୀନ ସମ୍ବିଧାନ , ସାର୍ବଭୌମ, ଗଣତାନ୍ତ୍ରିକ ରାଷ୍ଟ୍ର ର ବିବିଧତା ମଧ୍ୟ ରେ ଏକତା,ପ୍ରାକୃତିକ ପରିବେଶ ସୁରକ୍ଷା ପ୍ରତି ଅଣଦେଖା , ଅଗଣତାନ୍ତ୍ରିକ ଭାବେ ଖଣି ଖନନ ଭଳି ପ୍ରସାଙ୍ଗ କୁ ନେଇ ଆଲୋଚନା କରାଯାଇଥିଲା । ସେହିପରି କାର୍ଯ୍ୟକ୍ରମ ର ଅନ୍ତିମ ଦିବସ ରେ ଶତାଧିକ ସମାଜସେବୀ ଙ୍କର ଉପସ୍ଥିତିରେ ଓଡ଼ିଶାର ଜନ ଆନ୍ଦୋଳନ ରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା କିଛି ନେତା,ସାମ୍ବାଦିକ, ଲେଖକ, ସମାଜସେବୀ ଓ ଯୁବ ସଂଗଠକ ମାନଙ୍କୁ ସମତା ସ୍ୱରାଜ ସଙ୍କଳ୍ପ ର ୬୫ ବର୍ଷ ପୂର୍ତ୍ତି ଅବସରରେ ମାନପତ୍ର ଓ ଉପରଢୌକନ ଦେଇ ଉତ୍ସାହିତ କରାଯାଇଥିଲା ।