ହରଭଙ୍ଗା (ଚିତ୍ତରଞ୍ଜନ ସିଂହ) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ୮ ନଂ ମଣ୍ଡଳ ପୁରୁଣାକଟକ ଭାରତୀୟ ଜନତା ପାର୍ଟି ପକ୍ଷରୁ ଶନିବାର ଦିନ ସଂଗଠନ ପର୍ବ କର୍ମଶାଳା ମଣ୍ଡଳ ସଭାପତି ବାମନ ବାରିକ ଙ୍କ ଅଧକ୍ଷତାରେ ପୁରୁଣାକଟକ କଲ୍ୟାଣମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠିତ କର୍ମସାଳା ରେ ବରିଷ୍ଠ ବିଜେପି ନେତା ତଥା ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁଶାନ୍ତ କୁମାର ପ୍ରଧାନ, ଜିଲ୍ଲା ସଦସ୍ୟତା ସହ ସଂଯୋଜକ ମାଗୁଣି ଗାଇଗୌରିଆ, ରାଜ୍ୟ ଓ ବି ସି ମୋର୍ଚ୍ଚା ସଂଯୋଜକ ସୁବାସ ପ୍ରଧାନ, ବରିଷ୍ଠ ନେତା ପ୍ରଦୀପ ସେଠି ଉପସ୍ଥିତ ରହି ପ୍ରଥମେ ଭାରତ ମାତା ଙ୍କୁ ପୂଜାଅର୍ଚନା କରି ଜାତୀୟ ସଂଗୀତ ଗାନ କରି କର୍ମଶାଳା କୁ ଆଗେଇ ନେଇଥିଲେ l

ଉକ୍ତ କର୍ମ ସାଳା ରେ ସଦସ୍ୟତା ଅଭିଯାନ ଉପରେ ଗୁରୁତ୍ୱ ଦେଇ ଉପସ୍ଥିତ ଥିବା ସକ୍ରିୟ ସଦସ୍ୟ ଓ ବରିଷ୍ଠ ନେତୃ ମଣ୍ଡଳୀ ଆଗାମୀ ଦିନରେ ବୁଥ କୁ ସକ୍ରିୟ କରିବାପାଇଁ ବୁଥୱାରୀ ୧୨ ଜଣିଆ ସଦସ୍ୟ ଗଠନ, ଶକ୍ତି କେନ୍ଦ୍ର ପ୍ରମୁଖ ଙ୍କ ଦାୟିତ୍ୱ, ସହିତ ଭାରତୀୟ ଜନତା ପାର୍ଟି କୁ ଆହୁରି ଅଧିକ ସୁଦୃଢ କରିବା ପାଇଁ ସକ୍ରିୟ ଭାବେ ସଦସ୍ୟତା ବୃଦ୍ଧି କରିବାକୁ ଆଲୋଚନା କରାଯାଇଥିଲା l ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁଶାନ୍ତ ପ୍ରଧାନ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା ମଣ୍ଡଳ ଠାରୁ ଆରଂଭ କରି ବୁଥ ପର୍ଯ୍ୟନ୍ତ ସମସ୍ତ ଜନ ସାଧାରଣ ଓ ହିତାଧିକାରୀ ଙ୍କ ପାଖରେ ସଦସ୍ୟତା ଅଭିଯାନ ମାଧ୍ୟମରେ ପହଞ୍ଚାଇବାକୁ ମତ ରଖିଥିଲେ l କାର୍ଯ୍ୟକ୍ରମ ରେ ଆଠ ନଂ ମଣ୍ଡଳ ରୁ ପ୍ରାୟ ୧୦୦ ରୁ ଉର୍ଦ୍ଧ ସକ୍ରିୟ ସଦସ୍ୟ ମହିଳା ଓ ପୁରୁଷ ଉପସ୍ଥିତ ରହିଥିଲେ l