ହରଭଙ୍ଗା ; (ଚିତ୍ତରଞ୍ଜନ ସିଂହ)ପୁଣ୍ୟ ମାସ କାର୍ତିକ ମାସ l କାର୍ତିକ ମାସ ପୂର୍ଣ୍ଣମା କୁ ରାହାସ ପୂର୍ଣ୍ଣମା ଭାବେ ରାଧା କୃଷ୍ଣ ଯୁଗଳ ମୂର୍ତ୍ତି କୁ ବିଭିନ୍ନ ସ୍ଥାନରେ ପୂଜା କରୁଥିବା ବେଳେ ଶେଷ ସୋମବାର ପଞ୍ଚୁକ ଆରମ୍ଭ ରେ ହରଭଙ୍ଗା ଗ୍ରାମରେ ବିଶାଳ ଶୁଭ କଳସ ଯାତ୍ରା ଅନୁଷ୍ଠିତ ହୋଇଛି l
ଗ୍ରାମର ସହ ସହ ମହିଳା ଓ ପୁରୁଷ ପ୍ରାତଃ ରୁ ଶୁଦ୍ଧପୁତ ଚିତରେ ପୁରୋହିତ ଙ୍କ ମନ୍ତ୍ର ଧ୍ଵନି ରେ ମହାନଦୀ କୁ ଯାଇ ଗଙ୍ଗା ମାତା ଙ୍କୁ ବରଣ କରି ୨୨୧ ଶୁଭ କଳସି ରେ ଜଳ ପୂର୍ଣ୍ଣ କରି ପ୍ରଥମେ ବାବା ଆଦେଶ୍ୱର ଙ୍କୁ ଦର୍ଶନ କରି ଏକ ବିରାଟ ପଟୁଆରରେ ଶଙ୍ଖ, ତାଳ, ଢୋଲ ଓ ନାମ ସଂକୀର୍ତନ କରି ଯଜ୍ଞ ମଣ୍ଡପ ରେ କଳସ ସ୍ଥାପନ କରିଥିଲେ l
ପଞ୍ଚୁକ ପlଞ୍ଚଦିନ ପର୍ଯ୍ୟନ୍ତ ସାକାହାରୀ ଭୋଜନ ସହିତ ଯଜ୍ଞ ମଣ୍ଡପ ରେ ନାମ ସଂକୀର୍ତନ ଚାଲୁ ରହିବା ସହିତ ପୂର୍ଣ୍ଣମା ରେ ରାଧା କୃଷ୍ଣ ଙ୍କ ପୂଜା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ହେବା ନେଇ ଗ୍ରାମ୍ୟ କମିଟି ପକ୍ଷରୁ ସୂଚନା ମିଳିଛି l ସେହିଭଳି ସଂକୁଲୋଇ, ଟାକୁଡ଼ ଆଦି ଗ୍ରାମରେ ଏହି ରାହାସ ପୂର୍ଣ୍ଣମା ଖୁବ ଧୂମଧାମ ରେ ପାଳିତ ହେଉ ଥିବାର ଜଣା ପଡିଛି l