ବୌଦ୍ଧ( ଚିତ୍ତରଞ୍ଜନ ସିଂହ )ଆଜି ସାରାରାଜ୍ୟରେ ବିଭିନ୍ନ ଶିକ୍ଷାନୁଷ୍ଠାନ ମାନଙ୍କରେ ଶିଶୁଦିବସ ଅନୁଷ୍ଠିତ ହୋଇଯାଇଛି ଯାହାକି ବୌଦ୍ଧ ଜ଼ିଲ୍ଲାର ହରଭଙ୍ଗା ବ୍ଲକ ତଳଗାଁ ପଂଚାୟତ ଗଣ୍ଡାପାଜୁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏକ ନିଆରା ଢଙ୍ଗରେ ଶିଶୁଦିବସ ପାଳିତ ହୋଇଯାଇଛି l ପ୍ରଥମେ ବିଦ୍ୟାଳୟ କୁ ଛାତ୍ର ଛାତ୍ରୀ ଯାଇ ଜବାହରଲାଲ ନେହେରୁଙ୍କ ଫୋଟୋ ଚିତ୍ରରେ ପୁଷ୍ପ ମାଲ୍ୟ ଧୂପ ଦୀପ ଦେଇ ପୂଜା କରିଥିଲେ ତା ପରେ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଫୁଲ ଚନ୍ଦନ ଦେଇ ପୂଜା କରିଥିଲେ ତା ପରେ ଏହି ବିଦ୍ୟାଳୟ ର ପୁରାତନ ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ଏକ କ୍ରୀଡା ପ୍ରତିଯୋଗୀତା ଆୟୋଜନ କରିଥିଲେ ଏଥିରେ ପ୍ରଥମ ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସିନିୟର ଏବଂ ଜୁନିୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଲମ୍ବା ଡିଆଁ, ଉଚ୍ଚ ଡିଆଁ, ଦୌଡ, ମେଜିକ ଚେଆର,ଆଳୁ ଚାମଚ, ଗୀତ, ରଚନା, ଡିବେଟ ଆଦି ପ୍ରତି ଯୋଗିତା ଅନୁଷ୍ଠିତ ହୋଇ ଥିଲା କୃତି ଛାତ୍ର ଛାତ୍ରୀ ଙ୍କୁ ମାନପତ୍ର, ଏବଂ ପୁରସ୍କାର ଆଦି ବଣ୍ଟନ କରାଯାଇଥିଲା l
ଏବଂ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଥିଲା ଏଥିରେ ମୁଖ୍ୟ ଅତିଥିଭାବେ ପୂର୍ବତନ ଶିକ୍ଷକ ପ୍ରମୋଦ ଶତପଥୀ ଯୋଗ ଦେଇଥିବା ବେଳେ ଅନ୍ୟ ତମ ଅତିଥି ସି ଆର ସି ସନ୍ତୋଷ କୁମାର ମହାପାତ୍ର,ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ନିରଞ୍ଜନ କଂହର, ସହକାରୀ ଶିକ୍ଷକ ନରେନ୍ଦ୍ର ନାଥ ସାହୂ, ନିରଞ୍ଜନ ସାହୂ, ପ୍ରଣତି ସାହୂ , ବିଦ୍ୟାଳୟ ର ଏସିଏମ କମିଟି ସଭାପତି ସୁଶାନ୍ତ କୁମାର ପ୍ରଧାନ, ଆଲୁମିନ କମିଟି ସଭାପତି କୁନା ବେହେରା, ପୁରାତନ ଛାତ୍ର ସଭାପତି ଚନ୍ଦ୍ରକାନ୍ତ ବେହେରା, ସମ୍ପାଦକ ତଥା ମୁଖ୍ୟ ଆୟୋଜକ ରବୀନ୍ଦ୍ର ବଗର୍ତ୍ତୀ, ଶଙ୍କର ସାହୂ, ବେଣୁଧର ମାଝୀ, ବାପୁଜୀ ବେହେରା, ୱାର୍ଡ ମେମ୍ବର ନବୀନ କୁମାର ବଗର୍ତି, ଏବଂ ବିଦ୍ୟାଳୟ ର ସମସ୍ତ ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ l ପୁରାତନ ଛାତ୍ର ଛାତ୍ରୀ ମାନଙ୍କ ଏଭଳି କାର୍ଯ୍ୟ କ୍ରମ କୁ ବୁଦ୍ଧି ଯିବି ମହଲରେ ଭୁୟସୀ ପ୍ରଂଶସା କରିଛନ୍ତି l ଏବଂ ଏହି ଖେଳ ପ୍ରତି ଯୋଗିତାରେ କୃତ କାର୍ଯ୍ୟ ଛାତ୍ର ଛାତ୍ରୀ ମାନେ ପୁରସ୍କାର ଏବଂ ମାନ ପତ୍ର ପାଇଁ ବହୁତ ଖୁସି ହୋଇ ଛନ୍ତି l ସେଥିପାଇଁ ପୁରାତନ ଛାତ୍ର ଛାତ୍ରୀ ମାନଙ୍କୁ କୃତଜ୍ଞତା ଜଣାଇଛନ୍ତି