ହରଭଙ୍ଗା ( ଚିତ୍ତରଞ୍ଜନ ସିଂହ )କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବୌଦ୍ଧ ଜିଲ୍ଲାର ଚାରିଛକ ସ୍ଥିତ ଶ୍ରୀପୁରୁଷୋତ୍ତମ ଦିବ୍ୟଧାମ ଜଗନ୍ନାଥ ମହାପ୍ରଭୁଙ୍କ ୧୪ତମ ପ୍ରତିଷ୍ଠା ମହାଆଡମ୍ବର ରେ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରଥମେ ଜଗନ୍ନାଥ ମହାପ୍ରଭୁଙ୍କ ସକାଳ ଧୂପ ପରେ କଳସ ଯାତ୍ରା ରେ ଭକ୍ତ ମାନେ ଯାଇ ନଦୀ ରୁ ପାଣି ଆଣି ନିଜ ମାନସିକ ପୂରଣ ନିମନ୍ତେ ଶୁଭକଳସ ସ୍ଥାପନ କରିଥିଲେ । ପରେ ଭକ୍ତ ଙ୍କ ମାନସିକ ପୂରଣ ନିମିତ୍ତ ହୋମଯଜ୍ଞ, ବିଷ୍ଣୁସହସ୍ର ନାମ ଓ ହନୁମାନ ଚାଲିଶା ପାଠ ସହ ୧୦୮ଆଳତି କରାଯାଇଥିଲା ।
କର୍ତ୍ତା ଅର୍ଜୁନ କହଁର ଓ ଦିଲ୍ଲୀପ ପ୍ରଧାନ ଙ୍କ ଦ୍ଵାରା ସମସ୍ତ ଯଜ୍ଞ କାଯ୍ୟ ସମ୍ପାଦନ ହୋଇଥିବା ବେଳେ କୃଷ୍ଣଚନ୍ଦ୍ର ପାଢ଼ୀ ,ଜିତେନ୍ଦ୍ର ନାଥ ଦାଶ ,ମନ୍ଦିର ପୁରୋହିତ ନାରାୟଣ ନନ୍ଦ, ପୂଜା ସମ୍ପାଦନ କରିଥିବା ବେଳେ ଠିଡିକାଯୋର ଗାଁ କମିଟି ,କେଦାରେଶ୍ଵ ଶିବ ମନ୍ଦିର କମିଟି , ମାଦୁର୍ଗା ବଣିକ ସଂଘ ର ସମସ୍ତ ସଦସ୍ୟଙ୍କ ସମେତ ମହେଶ୍ୱର ନାୟକ,ସମ୍ପାଦକ ବାମଦେବ ଦାଶ ,ସିକନ ନାୟକ, ଲୋକନାଥ ନାୟକ, ଚନ୍ଦ୍ରମଣି କହଁର, ସ୍ବପନେଶ୍ୱର ଯାନୀ, ସୁବାସ ପ୍ରଧାନ , ମାନସ ବେହେରା, ଆଶିଷ ସାହୁ ,ଅନାଦି ସାହୁ,ଦିଲ୍ଲୀପ ସାହୁ ଅନ୍ୟ ସମସ୍ତ ଅଞ୍ଚଳବାସୀ ଉପସ୍ଥିତ ରହି ସମସ୍ତ କାଯ୍ୟ ସମ୍ପାଦନ କରିଥିଲେ ।
ଅନ୍ୟପଟେ ପୂଜା ସରିବା ପରେ ଅଞ୍ଚଳ ର ବହୁ ଭକ୍ତ ଓ ଗ୍ରାମବାସୀ ସମୁହ ବସି ପ୍ରସାଦ ସେବନ କରିଥିଲେ । ପରେ ସ୍ଥାନୀୟ କୁନି କୁନି କଳାକାର ଙ୍କ ଦ୍ଵାରା ସଂକୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ସନ୍ଧ୍ୟା ରେ ବିଶ୍ୱର ମଙ୍ଗଳ ନିମନ୍ତେ ଭକ୍ତମାନଙ୍କ ଦ୍ଵାରା ଏକ ହଜାର ଆଠ ଦୀପ ଦାନ କରାଯାଇଥିଲା ।