ହରଭଙ୍ଗା :୧୭/୧୧ ଶ୍ରୀ ସତ୍ୟସାଇ ବାବା ଙ୍କ ୯୯ ତମ ଜନ୍ମୋତ୍ସବ ଅବସରରେ ରାମଗଡ଼ ପଞ୍ଚାୟତ ସଭାଗୃହ ଠାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ତରଫରୁ “ପ୍ରେମ ସଂଜୀବନୀ” ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ସର୍ବ ପ୍ରଥମେ ସରପଞ୍ଚ ପ୍ରଭାସିନୀ ଯୋଶୀ ସ୍ବେଛାକୃତ ରକ୍ତଦାନ କରି ଶିବିରକୁ ଶୁଭ ଉଦଘାଟନ କରିଥିବା ସହିତ ରକ୍ତଦାତା ସମସ୍ତଙ୍କୁ ଉତ୍ସାହିତ କରିଥିଲେ।ଉକ୍ତ ଶିବିରରେ ୩୫ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା l

-ଡ଼ା ପ୍ରିୟବ୍ରତ ବେହେରା ଙ୍କ ତତ୍ଵାବଧାନରେ ଅନୁଷ୍ଠିତ ଶିବିରରେ ଜିଲ୍ଲା ସଭାପତି -ଶ୍ରୀ ସତ୍ୟସାଇ ସେବା ସଂଗଠନ ବୌଦ୍ଧ,ମୁଖ୍ୟ ଅତିଥିଭାବେ ରାମଗଡ଼ ସରପଞ୍ଚ -ପ୍ରଭାସିନୀ ଯୋଶୀ,ଡ଼ା ଚିନ୍ମୟ ବ୍ରହ୍ମା-ମେଡିକାଲ ଅଫିସର, ଶିବିର ପରିଚାଳକ -ବିଜନ୍ କୁମାର ମହାନ୍ତି ଓ ଶୁଭେନ୍ଦୁ କୁମାର ଯୋଶୀ ଉପସ୍ଥିତ ଥିବାବେଳେ ସଞ୍ଜୀବ କୁମାର ପ୍ରଧାନ,ବିଜୟ ବଘlର,ସୁରେଶ ଦେହୁରୀ,ଅସ୍ମିଲ ଗାଈ ଗୌରିଆ ସହଯୋଗ କରିଥିଲେ lମେଡ଼ିକାଲ ଟିମ ରେ -ଦିଲ୍ଲୀପ କୁମାର ଭୋଇ,ଯୋଦ୍ଧା ଶବର,ବନଜକୁମାର ପ୍ରଧାନ,ସୁରଜ୍ ଭୋକ୍ତା ଉପସ୍ଥିତ ରହି ରକ୍ତ ନମୁନା ପରୀକ୍ଷା ସହିତ ରକ୍ତ ସଂଗ୍ରହ କରିଥିଲେ l