ହରଭଙ୍ଗା ( ଚିତ୍ତରଞ୍ଜନ ସିଂହ ).ଭୈରବୀ ଡିଗ୍ରୀ ମହାବିଦ୍ୟାଳୟର ଇଂରାଜୀ ବିଭାଗ ର ଡ.ପ୍ରମୋଦ କୁମାର ମହାପାତ୍ର ଙ୍କ ଅଧ୍ୟକ୍ଷତା ରେ ଆନ୍ତ ଇଂରାଜୀ ପାଠ ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି ଆଲୋଚନା ଚକ୍ରରେ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡଃ ରମେଶ ଚନ୍ଦ୍ର ତାରେଣିଆ ମୁଖ୍ୟ ଅତିଥି ଭାବରେ ଯୋଗଦାନ ଦେଇ ଇଂରାଜୀ ପାଠ ଚକ୍ର କୁ ସଫଳ କରିଥିଲେ। ଏହି ଆଲୋଚନା ଚକ୍ରରେ କାଳିଦାସ ଙ୍କ ଅଭିଜ୍ଞାନ ସଙ୍କୁତଲମ୍ ଏବଂ ଶୁଦ୍ରକ ଙ୍କ ମିଛକଟିକମ ରେ ଭାବ ଓ ରସ ର ପ୍ରତିଫଳନ ଉପରେ ଆଲୋଚନା ହୋଇଥିଲା।

ଏ ଅବସର ରେ ଇଂରାଜୀ ବିଭାଗ ର ଏକ ପତ୍ରିକା ” Literary Voices and Visions” ଉନ୍ମୋଚିତ ହୋଇଥିଲା। ଉକ୍ତ ପାଠ ଚକ୍ର ରେ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ, ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ , ମଡେଲ ମହାବିଦ୍ୟାଳୟ, କଣ୍ଟାମାଳ ମହାବିଦ୍ୟାଳୟ ଓ ସୋନପୁର ମହାବିଦ୍ୟାଳୟ ର୧୨୦ ଛାତ୍ର ଛାତ୍ରୀ ଯୋଗ ଦେଇ ୩୦ଟି ସନ୍ଦର୍ଭ ପାଠ କରିଥିଲେ। ପରେ ଅଧ୍ୟାପକ ଓ ଅଧ୍ୟାପିକା ମାଙ୍କ ଦ୍ଵାରl ସନ୍ଦର୍ଭ ପାଠ କରାଯାଇ ପୁଙ୍ଖନୁ ପୁଙ୍ଖ ଭାବେ ଆଲୋଚନା କରାଯାଇଥିଲା। ଉକ୍ତ ପାଠ ଚକ୍ର ରେ ମୁଖ୍ୟ ଆଲୋଚକ ଭାବେ ଡ଼.ପ୍ରଭାତ ଚନ୍ଦ୍ର ମିଶ୍ର , ଶ୍ରୀମତୀ ପ୍ରଣତୀ ମିଶ୍ର ଅବସର ପ୍ରାପ୍ତ ଇଂରାଜୀ ରିଡର୍ ଓ ପ୍ରତାପ ରଥ, ସଂସ୍କୃତ ଅଧ୍ୟାପକ ବୌଦ୍ଧ ମହାବିଦ୍ୟାଳୟ ଯୋଗ ଦାନ ଦେଇ ସମସ୍ତ ଦିଗ ଦିଗନ୍ତ ଉପରେ ଆଲୋଚନା କରିଥଲେ।

ଏହି ଆଲୋଚନା ଚକ୍ରରେ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ର ଅଧ୍ୟାପକ ଲକ୍ଷ୍ମଣ ମେହେର, ଡ଼ ପ୍ରକାଶ କୁମାର ମେହେର, ଅଧ୍ୟାପିକା କଲ୍ୟାଣୀ ସୁନାନି , ଅଜିତ କୁମାର ସାହୁ ସଂସ୍କୃତ ଅଧ୍ୟାପକ ବୌଦ୍ଧ ମହାବିଦ୍ୟାଳୟ,କଣ୍ଟାମାଳ ମହାବିଦ୍ୟାଳୟ ର ଅଧକ୍ଷ ଡ଼ ବସନ୍ତ କୁମାର ପଟ୍ଟନାୟକ, ଇଂରାଜୀ ଅଧ୍ୟାପକ ଦେବଦାସ ମହାପାତ୍ର, ସୋନପୁର ମହାବିଦ୍ୟାଳୟ ର ଅଧ୍ୟାପକ ଡ଼ ରାଜେନ୍ଦ୍ର ରଣା ଯୋଗଦାନ ଦେଇ ଥିଲେ । ଉକ୍ତ କାର୍ଯକ୍ରମ କୁ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ର ଛlତ୍ରୀ ପାଙ୍କଜିନି ସାହୁ ଓ ସ୍ଵପ୍ନା ପ୍ରଧାନ ସଂଯୋଜନା କରିଥିଲେ ଓ ଇଂରାଜୀ ବିଭାଗ ର ଅଧ୍ୟାପିକା ପୂଜାରାନି ଦେଓ ଧନ୍ୟ ବାଦ ଅର୍ପଣ କରିଥିଲେ। ଉକ୍ତ କାର୍ଯ କ୍ରମରେ ମହାବିଦ୍ୟାଳୟ ର ସମସ୍ତ ଶିକ୍ଷକ ଓ ଅଣ ଶିକ୍ଷକ କର୍ମଚାରୀ ସହଯୋଗ କରିଥିଲେ।