ଧର୍ମଗଡ଼ : ୬/୧୨( ହେମନ୍ତ କୁମାର ମାଝୀ)ସ୍ଥାନୀୟ ଧର୍ମଗଡ଼ ସ୍ନାତକ ମହିଳା ମହାବିଦ୍ୟାଳୟ ଠାରେ ଉଚ୍ଚଶିକ୍ଷା ବିଭାଗ ଦ୍ଵାରା ପ୍ରାୟୋଜିତ ଛାତ୍ରୀ ମାନଙ୍କ ପାଇଁ ଉଦ୍ଦିଷ୍ଟ  କୋଡ଼ିଏ ଦିନଧରି ଆୟୋଜିତ ଆତ୍ମରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ  ଉଦଯାପିତ ହୋଇଯାଇଛି। କାର୍ଯ୍ୟକ୍ରମ ର ଅଧ୍ୟକ୍ଷା ମୂର୍ତ୍ତି ମଞ୍ଜରୀ ପଣ୍ଡା ସଭାପତିତ୍ବରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ କଲେଜ ପରିଚାଳନା କମିଟି ସଦସ୍ୟ ତଥା ଅବସରପ୍ରାପ୍ତ ବ୍ୟାଙ୍କ୍ ମୁଖ୍ୟପ୍ରବନ୍ଧକ ରଫିଉଦ୍ଦିନ୍ ଖାନ୍ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ।

ଉଦଯାପିତ ସଭାରେ ଉପସ୍ଥିତ ଛାତ୍ରୀ ମାନଙ୍କୁ ଆଜି ସମୟରେ ଆତ୍ମ ସୁରକ୍ଷା କୌଶଳ ଉପଯୋଗ କରି କିପରି ନିଜର ଆତ୍ମ ସୁରକ୍ଷା ସହ ନିଜ ପରିବାରର ତଥା ଦେଶର ବିକାଶରେ ସହଭାଗୀ ହେବେ ସେଥିପାଇଁ ଅଧ୍ୟକ୍ଷା ମହୋଦୟା ଓ ମୁଖ୍ୟ ଅତିଥି ଦୁହେଁ ମାର୍ଗଦର୍ଶନ କରିଥଲେ । .

କାର୍ଯ୍ୟକ୍ରମର ସଂଯୋଜକ ଅଧ୍ୟାପକ ସରୋଜ କୁମାର ମେହେର, ସହ ସଂଯୋଜିକା ଅଧ୍ୟାପିକା ଜୟନ୍ତୀ କୁମାରୀ ମୁଦୁଲି, ଅର୍ଚ୍ଚନା ଗୁଛି, ଲକ୍ଷପତି ନାଏକ,ହିମାଂଶୁ ସା, ଫୁଲ ହରିଜନ ପ୍ରମୁଖ ସହଯୋଗ ପ୍ରଦାନ କରିଥଲେ । ମାଷ୍ଟର ଟ୍ରେନର ମାଳତୀ ପଟେଲ, ଜଳି ପରାଭୋଏ, ଶିବାନୀ ଭାଟି ଓ ଧନିକା ନାଏକ ଏବଂ ଛାତ୍ରୀ ମାନଙ୍କୁ ଆତ୍ମ ରକ୍ଷା କୌଶଳ  ତାଲିମ୍ ସମ୍ପର୍କିତ ମାନପତ୍ର ପ୍ରଦାନ କରାଯାଇଥିଲା।