କେସିଙ୍ଗା: ୨ ୪/୧୨(ପ୍ରୀତେଶ ପଟେଲ )ଇତି ମଧ୍ୟରେ ସଂସ୍କୃତି ଓ ଲୋକକଳାର ଉତ୍ସବ ବୁଢ଼ାଡଙ୍ଗର ଲୋକ ମହୋତ୍ସବ ଉଦଯାପିତ ହୋଇଯାଇଛି।ଦୁଇ ଦିନ ଧରି ଅନେକ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ସହିତ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଚିତ୍ତାକର୍ଷକ ପ୍ରଦର୍ଶନ ରେ ଝୁମିଥିଲେ ଅଞ୍ଚଳ ବାସୀ। ସୋମବାର ଦ୍ୱିତୀୟ ଦିନ ସକାଳ ୧୦ ଘଣ୍ଟା ସମୟରେ ଆରମ୍ଭ ହୋଇ ଥିଲା ରାଜ୍ୟ ସ୍ତରୀୟ ନୃତ୍ୟ ପ୍ରତିଯୋଗିତା ଯାହାକୁ ଉଦ୍ଘାଟନ କରିଥିଲେ
ଭବାନୀପାଟଣା ପ୍ରତିଭା ଅନୁଷ୍ଠାନ ର ସଭାପତି ଧ୍ୟାନାନନ୍ଦ ପଣ୍ଡା ପରେ ପରେ ଅନୁଷ୍ଠିତ ହୋଇ ଥିଲା ରାଜ୍ୟ ସ୍ତରୀୟ ପାଠୋତ୍ସବ ଯାହାକୁ ଉଦ୍ଘାଟନ କରିଥିଲେ କେସିଙ୍ଗା ବିଡ଼ିଓ ପଦ୍ମନାଭ ପୁରୋହିତ ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ କେନ୍ଦ୍ର ବାଳ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଡ଼ଃ ଯୁଗଳ କିଶୋର ଷଡ଼ଙ୍ଗୀ,କେସିଙ୍ଗା ର ସୁନାମଧନ୍ୟ ବରିଷ୍ଠ ଗାଳ୍ପିକା ଯାଜ୍ଞସେନୀ ସାହା ପ୍ରମୁଖ ଉପସ୍ଥିତ ଥିଲେ।
ପରେ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତରାଜ ମନ୍ତ୍ରୀ ରବି ନାରାୟଣ ନାଏକ ଯୋଗ ଦେଇ ଥିବା ବେଳେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ , ଧର୍ମଗଡ ବିଧାୟକ ସୁଧୀର କୁମାର ପଟ୍ଟଯୋଶୀ ଓ କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି ପ୍ରମୁଖ ମଞ୍ଚାଶିନ ଥିଲେ। ଏହି ଅବସରରେ ସାମ୍ବାଦିକ କ୍ଷେତ୍ରରେ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ଅଂଶୁମାନ ପାତ୍ର ଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ କରାଯାଇଥିଲା।ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଭୁବନେଶ୍ୱର ର ଓଡ଼ିଶୀ, ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ ର ବଜାସାଲ,ପୁରୀ ର ଘୋଡ଼ା ନାଚ,କୋରାପୁଟ ର ଢେମସା ଓ ସମ୍ବଲପୁରୀ ମେଲୋଡି ଦର୍ଶକଙ୍କୁ ଆକର୍ଷିତ କରିବା ସହ ମାନମୋହିଥିଲା।