ଚାଷୀଙ୍କ ଅସୁବିଧା ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ :ମୁଖ୍ୟ ସଚେତକ
ହରଭଙ୍ଗା ( ଚିତ୍ତରଞ୍ଜନ ସିଂହ ).ଚଳିତ ବର୍ଷ ଖରିଫ ଧାନ କ୍ରୟ ପାଇଁ ମଙ୍ଗଳବାର ଦିନ ହରଭଙ୍ଗା ବ୍ଲକ ବିରନରସିଂହପୁର ମାର୍କେଡ଼ ୟାଡ଼ ଠାରେ ବୌଦ୍ଧ ବିଧାୟକ ତଥା ସରକାରୀ ମୁଖ୍ୟ ସଚେତକ ସରୋଜ ପ୍ରଧାନ ଙ୍କ କରକମଳ ରେ ଧାନ କ୍ରୟ ର ଶୁଭାରମ୍ଭ ହୋଇଯାଇଛି l ପ୍ରଥମେ ପୂଜା ଅର୍ଚନା ପରେ ଚାଷୀ ଙ୍କ ଠାରୁ ଧାନ କ୍ରୟ ର ଶୁଭାରମ୍ଭ କରାଯାଇଥିଲା l
ଚଳିତ ବର୍ଷ କିପରି ଚାଷୀ ପ୍ରତ୍ୟକ ମଣ୍ଡି ରେ ସୁବିଧା ରେ ଧାନ ବିକ୍ରୟ କରିପାରିବେ, ଏବଂ ମହୋନ ସରକାର ଙ୍କ ପକ୍ଷରୁ ଚାଷୀ ଙ୍କ ପାଇଁ 800 ଟଙ୍କା ବୋନସ କିପରି ସହଜ ଭାବେ ପାଇବେ ସେ ଉପରେ ଗୁରୁତାପ ଦେବାସହ ଜିଲ୍ଲା ରେ ଧାନ କ୍ରୟ କୁ ନେଇ ଜିଲ୍ଲା ପ୍ରଶାସନ ତତ୍ପରତା ସହ କାମ କରିବା ଓ ଚାଷୀ ଙ୍କୁ କୌଣସି ସମସ୍ୟା ସମ୍ମୁଖୀନ ସାମ୍ନା ନହେବା ନେଇ ସଭା ରେ ମୁଖ୍ୟ ସଚେତକ ତଥା ବିଧାୟକ ନିର୍ଦେଶ ଦେଇଥିଲେ l
ମଣ୍ଡି ଶୁଭାରମ୍ଭ ସମୟରେ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ, ଉପ ଜିଲ୍ଲାପାଳ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀନାଥ ହାଁସଦା, ସମବାୟ ସମିତି ସମୂହର ଉପ ନିବନ୍ଧକ ହାଡ଼ିବନ୍ଧୁ ମହାଖୁଡ, ଆରଏମସି ସମ୍ପାଦକ ଭାସ୍କର ଚନ୍ଦ୍ର ପାଣିଗ୍ରାହୀ, ହରଭଙ୍ଗା ବିଡ଼ିଓ ଶରତ କୁମାର ସେଠୀ, ମିଲର ସଭାପତି ଅଶୋକ କୁମାର ଅଗ୍ରୱାଲ, ଓ ଅଞ୍ଚଳ ଚାଷୀ ମାନେ ଉପସ୍ଥିତ ଥିଲେ l ଚଳିତ ବର୍ଷ ଜିଲ୍ଲାରେ ସମୁଦାୟ 43109ଜଣ ଚାଷୀ ଧାନ ବିକ୍ରି ପାଇଁ ପଞ୍ଜିକୃତ କରିଥିବା ବେଳେ 15,99,000ଧାନ କ୍ରୟ ହେବ l ଏ ନେଇ ହରଭଙ୍ଗା ବ୍ଲକ ରେ 11,00,2 ଜଣ ଚାଷୀ 41,60,00 କୁଇଣ୍ଟାଲ ଧାନ ବିକ୍ରି କରିବା ପାଇଁ ବିଭାଗ ପକ୍ଷରୁ ସୂଚନା ମିଳିଛି l