କେସିଙ୍ଗା:୨୪/୧୨(ପ୍ରୀତେଶ ପଟେଲ)୨୭ ତମ କଳାହାଣ୍ଡି ଉତ୍ସବ ପାଳନ ପାଇଁ ମଙ୍ଗଳବାର କେସିଙ୍ଗା ବ୍ଲକ ର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଗୁର୍ଜି ମୁଣ୍ଡା ସ୍ଥିତ ପ୍ରସିଦ୍ଧ ମା ଯୋଗମାୟା ପୀଠ ରେ ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ର ଉଦ୍ଘାଟନୀ ଉତ୍ସବ ଓ ଉତ୍ସବ ର ପ୍ରତୀକ(ଲୋଗୋ) ଉନ୍ମୋଚନ ହୋଇଯାଇଛି ।।ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ ଜିଲ୍ଲାପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ , ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ।

ଅନ୍ୟ ମାନଙ୍କ ମଧ୍ୟରେ କଳାହାଣ୍ଡି ଉପ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଜିଲ୍ଲା ଲୋକ ସମ୍ପର୍କ ସୂଚନା ଅଧିକାରୀ ହଳଧର ନିଆଲ,କଳାହାଣ୍ଡି ଉତ୍ସବ ପ୍ରଚାର ପ୍ରସାର କମିଟି ର ସଭାପତି ବରିଷ୍ଠ ସାମ୍ବାଦିକ ଶାନ୍ତନୁ ବେହେରା, ହରଜିନ୍ଦ୍ର ସିଂ, ଦେବେନ୍ଦ୍ର ବିଶୀ , କମ୍ବୁ ପାଣି ମିଶ୍ର, ମନ ପ୍ରଧାନ, କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି,କେସିଙ୍ଗା ବିଡ଼ିଓ ପଦ୍ମନାଭ ପୁରୋହିତ, କୁଣ୍ଡାବନ୍ଧ ସରପଞ୍ଚ ରୋଜି ପ୍ରଧାନ ପ୍ରମୁଖ ମଞ୍ଚାସୀନ ଥିଲେ। ସମସ୍ତ ଅତିଥି ବୃନ୍ଦ ମା ଯୋଗମାୟା ଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ପରେ ସଭାକାର୍ଯ୍ୟ ଆରମ୍ଭ ହେବସହିତ ୨୭ ତମ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୫ କୁ ଆଧିକାରିକ ଭାବରେ ଉଦ୍ଘାଟନ ଓ ଉତ୍ସବର ପ୍ରତୀକ ( ଲୋଗୋ) ଉନ୍ମୋଚିତ କରିଥିଲେ ।

ଏହି ଅବସରରେ ଜିଲ୍ଲାପାଳ ମହୋଦୟ ଜିଲ୍ଲାର ଐତିହ କଳା ସଂସ୍କୃତି ଓ ପରମ୍ପରାର ସଙ୍ଗମ କଳାହାଣ୍ଡି ଉତ୍ସବ ଘୁମୁରା ବୋଲି କହି ଉତ୍ସବକୁ ସରସ ସୁନ୍ଦର କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ।କେସିଙ୍ଗା ବ୍ଲକ ପ୍ରଶାସନ ପକ୍ଷରୁ ବିଡ଼ିଓ ଙ୍କ ନେତୃତ୍ୱରେ ସମସ୍ତ ଆନୁସାଙ୍ଗିକ ବ୍ୟବସ୍ଥା ସହିତ ତିନୋଟି ଷ୍ଟଲ କରାଯାଇ ମେଡିକାଲ ବିଭାଗ , ପ୍ରଧାନମନ୍ତ୍ରୀ ଆବାସଯୋଜନା ବିଭାଗ ଓ କୃଷି ବିଭାଗ ବିଷୟରେ ଯାବତୀୟ ସୂଚନା ଉପସ୍ଥିତ ଜନସାଧାରଣ ଙ୍କୁ ଦିଆ ଯାଉଥିଲା। କେସିଙ୍ଗା ବିଡ଼ିଓ ଙ୍କ ଦ୍ଵାରା ଅତିଥି ପରିଚୟ ଓ ଧନ୍ୟବାଦ୍ ଅର୍ପଣ କାର୍ଯ୍ୟ ସମାପନ ହୋଇଥିବା ବେଳେ ବେଳେ ମଞ୍ଚ ପରିଚାଳନା କରିଥିଲେ ଜ୍ଞାନେନ୍ଦ୍ର ଭୋଇ।ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ର ସମସ୍ତ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।ଶେଷରେ ଯୋଗମାୟା ପୀଠ ମନ୍ଦିର କମିଟି ପକ୍ଷରୁ ମୋତି ବଗର୍ତ୍ତି,ଆଶ୍ୱିନ ବିଶ୍ୱାଲ ଓ ଯଯାତି କେଶରୀ ଦେଓ ଜିଲ୍ଲା ପ୍ରଶାସନ ଓ କେସିଙ୍ଗା ବ୍ଲକ ପ୍ରଶାସନ କୁ ଯୋଗମାୟା ପୀଠ ପକ୍ଷରୁ ଧନ୍ୟବାଦ୍ ଅର୍ପଣ କରିଥିଲେ।